ଭଦ୍ରକ:ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ । କିଛି ଅଂଶ ନଦୀ ଗର୍ଭକୁ ଧସିଯାଇଥିବା ସୂଚନା । ଜିଲ୍ଲାର ଆରଡି ନିକଟସ୍ଥ ବୋଡକ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଆଖଣ୍ଡଳମଣି କୁଆଖିଆ 20 ନମ୍ବର ଜାତୀୟ ରାଜପଥର ପାଖାପାଖି 200 ଫୁଟ ରାସ୍ତା ଦବି ଯିବାରୁ ମଝିରେ ଏକ ବଡ ଫାଟ ସୃଷ୍ଟି ହୋଇଛି ।
ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ - ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ
ଆରଡି ନିକଟସ୍ଥ ବୋଡକ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପାଖାପାଖି 200 ଫୁଟ ରାସ୍ତା ଦବି ଯିବାରୁ ମଝିରେ ଏକ ବଡ ଫାଟ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ
ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ
ବୈତରଣୀ ନଦୀର ସୁରକ୍ଷା ବନ୍ଧରେ ଫାଟ
ଏଥିଯୋଗୁଁ ଯାତାୟତରେ ନାନା ଅସୁବିଧା ସାମ୍ନାକରୁଛନ୍ତି ସ୍ଥାନୀୟ ଲୋକେ । ଏହି ରାସ୍ତା ଦୁଇଟି ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣିପୀଠ ଓ ମା ବିରଜା କ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ସ୍ଥାନୀୟ 30ରୁ 35 ଖଣ୍ଡ ଗାଁର ଲୋକ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି। ରାସ୍ତା କ୍ରମଃଶ ନଦୀ ଗର୍ଭକୁ ଢଳୁଥିବାରୁ ଏହି ରାସ୍ତାଟି ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ