ଭଦ୍ରକ: ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ । ଫୁଲୁଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 17.83 ମିଟର ରହିଛି । ବର୍ତ୍ତମାନ ନଦୀର ଜଳସ୍ତର 18.10 ମିଟର ଅଛି । ଘଣ୍ଟାକୁ ନଦୀର ଜଳସ୍ତର ପ୍ରାୟ 2 ରୁ 3 ସେଣ୍ଟିମିଟର ବଢୁଛି ।
ଫୁଲୁଛି ବୈତରଣୀ; ଧାମନଗରରେ ବନ୍ୟା ଆଶଙ୍କା - ଜଳସ୍ତର 18.10 ମିଟର
ଲଗାଣ ବର୍ଷାରେ ବୈତରଣୀର ଜଳସ୍ତର ବୃଦ୍ଧି ପାଉଛି । ବନ୍ୟା ଆଶଙ୍କା କରିଛନ୍ତି ନଦୀକୂଳିଆ ଲୋକେ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
ତେଣୁ ବର୍ତ୍ତମାନ ଧାମନଗର ଏବଂ ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବାରୁ ଏହିପରି ଜଳସ୍ତର ବୃଦ୍ଧି ପାଇଛି ବୋଲି ପ୍ରଶାସନ କହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ