ଓଡିଶା

odisha

By

Published : Feb 22, 2021, 7:02 PM IST

ETV Bharat / state

କୋରୋନା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ସଚେତନତା

ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି । ଅଧିକ ପଢନ୍ତୁ...

କୋରନା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ସଚେତନତା
କୋରନା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ସଚେତନତା

ଭଦ୍ରକ : ବିଶ୍ୱ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ପୌରପାଳିକା ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରାଯାଉଛି । ମୁଖ୍ୟତଃ ବିଭିନ୍ନ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଓ ବସ ଷ୍ଟାଣ୍ଡ ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଉଛି । ଏଥିସହ ପଲିଥିନ ବ୍ୟବହାର ନକରି ପରିବେଶକୁ ସ୍ଵଚ୍ଛ ରଖିବା ପାଇଁ ମଧ୍ୟ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା ସୃଷ୍ଟି କରୁଛି ଭଦ୍ରକ ପୌରପାଳିକା ।

କୋରନା ପାଇଁ ଭଦ୍ରକ ପୌରପାଳିକା ପକ୍ଷରୁ ସଚେତନତା

ନିୟମ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ଆଦାୟ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏଥିସହ କୋରୋନା ମହାମାରୀକୁ ପ୍ରତିରୋଧ କରିବା ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details