ଓଡିଶା

odisha

ETV Bharat / state

ଆକ୍ସିସ ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ

ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ ପାଇଁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଛନ୍ତି ।

bhadrak
ଏଟିଏମରୁ ଲୁଟ ଉଦ୍ୟମ

By

Published : Jul 8, 2020, 7:27 PM IST

ଭଦ୍ରକ: ଏଟିଏମ ଲୁଟ ଉଦ୍ୟମ କରି ବିଫଳ । ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀରୋଡ ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ ପାଇଁ ଉଦ୍ୟମ କରିଥିବା ବେଳେ ବିଫଳ ହୋଇଛନ୍ତି । ଘଟଣାସ୍ଥଳରୁ ଏଟିଏମ ପରିସରରେ ଦୁର୍ବୃତ୍ତମାନେ ଛାଡି ଦେଇଯାଇଥିବା କୋଦାଳ ଓ ଶାବଳକୁ ପୁଲିସ ଜବତ କରିଥିବା ଜଣାପଡିଛି । ଗତ 2016 ମସିହାରେ ସ୍ଥାପିତ ହୋଇଥିବା ଏହି ଏଟିଏମକୁ ଚଳିତଥରକୁ ମିଶାଇ 4ଥର ଭଙ୍ଗା ହୋଇସାରିଛି ।

ଏଟିଏମରୁ ଲୁଟ ଉଦ୍ୟମ

ମାତ୍ର କୌଣସି ଥର ମଧ୍ୟ ଦୁର୍ବୃତ୍ତ ଧରାପଡି ନାହାନ୍ତି । ମଞ୍ଜୁରୀରୋଡ ଫାଣ୍ଡି ପୁଲିସ ଏଟିଏମ ପରିସରକୁ ଅନୁଧ୍ୟାନ କରିଥିଲେ ସୁଦ୍ଧା କୌଣସି ସୁରାକ ପାଇନାହିଁ । ଏନେଇ ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details