ଭଦ୍ରକ: ଚୋରା ବାଲି ନେଇ ଯାଉଥିବା ଗାଡିକୁ ଅଟକାଇବାରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ସଂଘବଦ୍ଧ ଆକ୍ରମଣ । ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କ ସହ 5 ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ର ରାଜସ୍ବ ନିରୀକ୍ଷକ, ଦୁଇଟି ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଅଟକାଇବାରୁ, ଟ୍ରାକ୍ଟର ଡ୍ରାଇଭର ବାଲି ଢାଳି ଦେଇ ପଳାଇଯାଇଥିଲେ । ଏନେଇ ଗାଡି ନମ୍ବର ସହ ଅତିରିକ୍ତ ତହସିଲଦାରଙ୍କୁ ସୂଚନା ଦେଇଥିଲେ ରାଜସ୍ବ ନିରୀକ୍ଷକ ।
ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆକ୍ରମଣ, 5 ଆହତ ଖବର ପାଇ ଅତିରିକ୍ତ ତହସିଲଦାର ମଞ୍ଜୁରୀରୋଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଯାଇ ଆଲୋଚନା କରୁଥିବା ବେଳେ, କାର୍ଯ୍ୟାଳୟ ମଧ୍ୟରେ ସଙ୍ଘବଧ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ଆକ୍ରମଣରେ ଅତିରିକ୍ତ ତହସିଲଦାରଙ୍କ ମୁଣ୍ଡ ଫାଟିବା ସହ ଅନ୍ୟମାନେ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏନେଇ ତଦନ୍ତ ଜାରି ରଖିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ