ଓଡିଶା

odisha

ETV Bharat / state

ସାମାନ୍ୟ ଘଟଣାରୁ ସଙ୍ଘବଦ୍ଧ ଆକ୍ରମଣ, 3ଜଣ ଗୁରୁତର

ତିହିଡ଼ି ଥାନା ବାରୋଡିହରେ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ସଙ୍ଘବଦ୍ଧ ଆକ୍ରମଣ। ଏହି ଘଟଣାରେ 2 ଜଣ ମହିଳା ଓ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଅଧିକ ପଢନ୍ତୁ..

By

Published : Mar 14, 2020, 7:45 AM IST

attack-3-injured
attack-3-injured

ଭଦ୍ରକ: ତିହିଡ଼ି ଥାନା ବାରୋଡିହରେ ସାମାନ୍ୟ ଘଟଣାକୁ କେନ୍ଦ୍ରକରି ସଙ୍ଘବଦ୍ଧ ଆକ୍ରମଣ। ଏହି ଘଟଣାରେ 2 ଜଣ ମହିଳା ଓ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଗ୍ରାମର ସୂର୍ଯ୍ୟମଣି ବେହେରାଙ୍କ ପରିବାର ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି। ଏହି ଆକ୍ରମଣରେ ସୂର୍ଯ୍ୟମଣିଙ୍କ ସମେତ 3 ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ସଙ୍ଘବଦ୍ଧ ଆକ୍ରମଣରେ ତିନିଜଣ ଗୁରୁତର

ପ୍ରଥମେ ଆହତ ମାନଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ସୂର୍ଯ୍ୟମଣି ବେହେରାଙ୍କ ଅଭିଯୋଗକୁ ଭିତ୍ତିକରି ତିହିଡି ଥାନା ପୋଲିସ ସେହି ଗାଁର ସମିର କୁମାର ନାୟକ ଓ ଅନ୍ୟମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details