ଓଡିଶା

odisha

ETV Bharat / state

ATM ମେସିନରେ ଟଙ୍କା ଲୋଡ ବେଳେ ଲୁଟିନେଲେ 29 ଲକ୍ଷ

ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ । 29 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ
ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ

By

Published : Nov 26, 2021, 10:55 PM IST

ଭଦ୍ରକ :ମାତିଛନ୍ତି ଲୁଟେରା । ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ । 29 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଲଷ୍ମୀ ନାରାୟଣ ମନ୍ଦିର ନିକଟ sbi ଏଟିଏମରେ ଟଙ୍କା ଲୋଡ ହେଉଥିଲା ।

ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ

ଏହି ସମୟରେ ତିନୋଟି ବାଇକରେ ଲୁଟେରା ଏଟିଏମରେ ପଶିଥିଲେ । ଆଉ ଟଙ୍କା ଭର୍ତ୍ତି ପାଇଁ ଆସିଥିବା କର୍ମଚାରୀଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭିତ କରାଇଥିଲେ । ପରେ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୋଡ଼ କରୁଥିବା 4 କର୍ମଚାରୀଙ୍କୁ ଟାଉନ ଥାନାରେ ପଚରାଉଚରା କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details