ଓଡିଶା

odisha

ETV Bharat / state

ଗୋଟିଏ ଦିନରେ ଆପରେ ଯୋଡି ହେଲେ 10 ଲକ୍ଷ ଜନତା - aap press meet in bhadrak

ରାଷ୍ଟ୍ର ନିର୍ମାଣ ପାଇଁ ମିସ କଲ ମାଧ୍ୟମରେ ଆମ ଆଦ୍‌ମୀ ପାର୍ଟି ସହିତ ଯୋଡି ହେବା ନେଇ ଦଳ ପକ୍ଷରୁ ଦିଆଯାଇଥିବା ଆହ୍ବାନ ପରେ, ଦେଶରୁ କେବଳ ଗୋଟିଏ ଦିନରେ 10 ଲକ୍ଷ ଲୋକ ଯୋଡି ହୋଇଛନ୍ତି ଏବଂ ଭଦ୍ରକ ଜିଲ୍ଲାରୁ 1165 ଜଣ ଯୋଡି ହୋଇଛନ୍ତି ବୋଲି ଦଳ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

bhadrak
ଆପର ପ୍ରେସ ମିଟ

By

Published : Feb 19, 2020, 6:04 AM IST

ଭଦ୍ରକ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ ତୃତୀୟ ଥର ସରକାର ଗଠନ କରିବା ପରେ ଆମ୍ ଆଦମୀ ପାର୍ଟି(ଆପ) ପକ୍ଷରୁ ଭଦ୍ରକ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ । ରାଷ୍ଟ୍ର ନିର୍ମାଣ ପାଇଁ ମିସ କଲ ମାଧ୍ୟମରେ ଆମ ଆଦ୍‌ମୀ ପାର୍ଟି ସହିତ ଯୋଡି ହେବା ନେଇ ଦଳ ପକ୍ଷରୁ ଦିଆଯାଇଥିବା ଆହ୍ବାନ ପରେ, ଦେଶରୁ କେବଳ ଗୋଟିଏ ଦିନରେ 10 ଲକ୍ଷ ଲୋକ ଯୋଡି ହୋଇଛନ୍ତି ଏବଂ ଭଦ୍ରକ ଜିଲ୍ଲାରୁ 1165 ଜଣ ଯୋଡି ହୋଇଛନ୍ତି ବୋଲି ଦଳ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଆପର ପ୍ରେସ ମିଟ

ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗମନାଗମନ ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ଯାଇଥିବା ବେଳେ ଦୁର୍ନୀତି ବଢିଯାଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାକୁ ମୁଦା କରି ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ଆସନରୁ ଦଳ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details