ଓଡିଶା

odisha

By

Published : Oct 5, 2019, 3:48 PM IST

Updated : Oct 5, 2019, 4:41 PM IST

ETV Bharat / state

ରାଜ୍ୟରେ ଅସୁରକ୍ଷିତ ପଶୁ ସମ୍ପଦ, ସର୍ପାଘାତ ପାଇଁ ନାହିଁ ପ୍ରତିଷେଧକ

ପଦାରେ ପଡ଼ିଛି ସରକାରଙ୍କ ସାଙ୍ଘାତିକ ତଥ୍ୟ । ବିଶ୍ଵ ପଶୁ ସମ୍ପଦ ଦିବସରେ ପଶୁଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ । ରାଜ୍ୟରେ ରହୁଥିବା 4,06,23,036 ଗୃହପାଳିତ ପଶୁଙ୍କ ପାଇଁ ସରକାରଙ୍କ ନିଘା ନାହିଁ । କୌଣସି ପଶୁକୁ ସର୍ପାଘାତ ହେଲେ ସେମାନଙ୍କର ସୁରକ୍ଷା ପାଇଁ ନାହିଁ କୌଣସି ପ୍ରତିଷେଧକ । ଏପରି ତଥ୍ୟ ଭିତ୍ତିକ ରିପୋର୍ଟକୁ ସାମ୍ନାକୁ ଆଣିଛି ‘ଇଟିଭି ଭାରତ’ । ଅଧିକ ପଢନ୍ତୁ...

ରାଜ୍ୟରେ ଅସୁରକ୍ଷିତ ପଶୁସମ୍ପଦ, ସର୍ପାଘାତ ପାଇଁ ନାହିଁ ପ୍ରତିକାର

ଭଦ୍ରକ: ଓଡିଶାରେ ପଶୁ ସମ୍ପଦ ଅସୁରକ୍ଷିତ । ସରକାର କାଗଜ କଲମରେ ପଶୁ ସମ୍ପଦର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ହୋଇଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ପୂରା ଓଲଟା । ଏପରିକି ସର୍ପାଘାତର ଶିକାର ହେଉଥିବା ପଶୁଙ୍କ ପାଇଁ ନାହିଁ ଭ୍ୟାକ୍ସିନ । ଜିଲ୍ଲାରେ ବିଶ୍ଵ ପଶୁସମ୍ପଦ ଦିବସ ପାଳନ ଅବସରରେ ଏହି ସୂଚନା ଦେବା ସହ ସରାକରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ।

ଅସୁରକ୍ଷିତ ପଶୁସମ୍ପଦ

ଓଡିଶାରେ ଅସୁରକ୍ଷିତ ରହିଛନ୍ତି ପଶୁ । ଯଦି କୌଣସି ପଶୁକୁ ସର୍ପାଘାତ ହେଉଛି ତେବେ ମୃତ୍ୟୁ ହେବା ସୁନିଶ୍ଟିତ । କାରଣ ରାଜ୍ୟରେ ଉପଲବ୍ଧ ନାହିଁ ସର୍ପାଘାତରେ ପୀଡ଼ିତ ପଶୁଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନ । ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ସାଧାରଣତଃ ରାଜ୍ୟରେ ପଶୁସମ୍ପଦକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ । ଏହି ଆଧାରରେ 19ତମ ଗଣନା ଅନୁଯାୟୀ ରାଜ୍ୟରେ ମୋଟ 4,06,23,036 ଗୃହପାଳିତ ପଶୁ ଏବଂ କୁକୁଡା ବତକ ଆଦି ପକ୍ଷୀ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ 2,07,32,498 ଗୃହପାଳିତ ପଶୁ ଏବଂ 1,98,90,538 କୁକୁଡା ବତକ ଆଦି ପକ୍ଷୀ ଥିବା ଜଣାପଡ଼ିଛି । କିନ୍ତୁ ଏହି ପଶୁ ମାନଙ୍କୁ ଯଦି ସର୍ପାଘାତ ହୁଏ ତେବେ ପ୍ରତିହତ କରିବା ପାଇଁ କୌଣସି ଇଞ୍ଜେକ୍ସନ ନାହିଁ ।

ଏପରି ଦୁର୍ଭାଗ୍ୟ ଜନକ ପରିସ୍ଥିତିକୁ ସୁଧାରିବା ପାଇଁ ବିଭାଗୀୟ ଅଧିକାରୀ ତଥା ସରକାର ଯତ୍ନବାନ ହେବା ଆବଶ୍ୟକ ବୋଲି ଦାବି ହୋଇଛି । ନହେଲେ ଆଗାମୀ ଦିନରେ ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ।

ଏପଟେ ଏନେଇ ଧାମନଗର ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ବିଧାନସଭା ଶୀତ ଅଧିବେଶନରେ ଏହି ଘଟଣାକୁ ଉପସ୍ଥାପନା କରିବେ ବୋଲି ସେ କହିଛନ୍ତି । ମୁଲତବୀ ପ୍ରସ୍ତାବ ଆଣିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ସର୍ପାଘାତରେ ପୀଡିତ ପଶୁ ସମ୍ପଦ କିପରି ସୁରକ୍ଷିତ ରହିବେ, ସେନେଇ ବିଧାନସଭା ରେ ଉତ୍ତର ଆଦାୟ କରିବେ ବୋଲି ଚେତାବନୀ ଦେଇଛନ୍ତି ବିଷ୍ଣୁ ସେଠୀ । ଏପରି ଏକ ଘଟଣାକୁ ପ୍ରଥମ କରି ଏକ ଦାୟିତ୍ବବାନ ଗଣମାଧ୍ୟମ ଭାବେ ‘ଇଟିଭି ଭାରତ’ ପଦାକୁ ଆଣିଥିବାରୁ ଧନ୍ୟବାଦ ଜଣାଇଛନ୍ତି ବିଷ୍ଣୁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Oct 5, 2019, 4:41 PM IST

ABOUT THE AUTHOR

...view details