ଓଡିଶା

odisha

ETV Bharat / state

ଭଦ୍ରକରେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା - ଭଦ୍ରକରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭଦ୍ରକ ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଯୋଗ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ । ଅଧିକ ପଢନ୍ତୁ

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ
ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

By

Published : Jan 16, 2023, 1:39 PM IST

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଭଦ୍ରକ:ଅତୀତରେ ଦେଶ ମାତୃକାର ମୁକ୍ତି ସଂଗ୍ରାମ ପାଇଁ ବିଦେଶୀଙ୍କୁ ପରାଜିତ କରିଥିବା ଜାତିର ଆମେ ଜଣେ ଜଣେ ଦାୟାଦ। ତେଣୁ କରି ଆମେମାନେ ସେନେଇ ଗର୍ବ ଅନୁଭବ କରିବା ଉଚିତ୍ ବୋଲି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ କହିଛନ୍ତି । ଭଦ୍ରକ ଜିଲ୍ଲାରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ।

ଭଦ୍ରକ ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ କହିଛନ୍ତି ଯେ,"ମୋ ପ୍ରତି ଥିବା ଭଦ୍ରକବାସୀଙ୍କ ସ୍ନେହ ଶ୍ରଦ୍ଧା ସବୁଦିନ ମନେ ରହିବ । ସେଥିପାଇଁ ଭଦ୍ରକବାସୀଙ୍କୁ ଧନ୍ୟବାଦ । ଏ ଭଦ୍ରକ ମାଟି ହେଉଛି ଲଢ଼ୁଆ ଏବଂ ସଂଗ୍ରାମୀର ମାଟି । ଆଜି ଓଡ଼ିଶାର ନୂଆ ଇତିହାସକୁ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । 8 ବର୍ଷର ରକ୍ତାକ୍ତ ସଂଗ୍ରାମ ବିଶେଶ କରି ଗଞ୍ଜାମରୁ ମୟୂରଭଞ୍ଜ ଯାଏଁ ଚାଲିଥିବା ସଂଗ୍ରାମରେ ଇଂରେଜ ବିଚଳିତ ହୋଇଥିଲେ । ସେହି ମାଟିର ପିଲା ହୋଇ ସମସ୍ତେ ଗର୍ବିତ । ସମସ୍ତେ ଏ ଅତୀତର ସେଇ ଗର୍ବ, ଗୌରବ ଓ ମୁକ୍ତି ପାଇଁ ବିଦେଶୀଙ୍କୁ ପରାଜିତ କରିଥିବା ଜାତିର ଆମେ ଦାୟାଦ । ତେଣୁ ଓଡ଼ିଶାକୁ ତିଆରି କରିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ।"

ଏହା ବି ପଢନ୍ତୁ...କାଶୀପୁର ଗର୍ଭବତୀଙ୍କ ମୃତ୍ୟୁ ଘଟଣା, ପରିବାରକୁ 30 ଲକ୍ଷ କ୍ଷତିପୂରଣ ଦାବି କଲା BJP

ସେ ଆହୁରି କହିଛନ୍ତି, "ମଣିଷର ମାନବିକ ଅଧିକାର ପ୍ରତିଟି ନାଗରିକର ଜନ୍ମଗତ ଅଧିକାର । ସେ ଅଧିକାର ସହ ସାମ୍ବିଧାନିକ ଅଧିକାର ରକ୍ଷା କରିବାକୁ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ପଡିବ । ଓଡ଼ିଶା ଓ ସମୃଦ୍ଧ ଭାରତବର୍ଷ ତିଆରି ଲକ୍ଷ୍ୟରେ ସମସ୍ତେ କାମ କରନ୍ତୁ । ଅତୀତର ଗର୍ବ ଗୌବର ଫେରିଆସୁ ସେ ନେଇ ସମସ୍ତେ ଚେଷ୍ଟା କରନ୍ତୁ ।"

ଏହା ବି ପଢନ୍ତୁ...ବାଜିରେ ଲାଗିଛି ସମ୍ପର୍କ, ସରକାରୀ ଚାକିରି ପାଇଁ ବାପା ଓ ଭାଇଙ୍କୁ ଭୁଲିଗଲେ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ନାଗରିକ ସମ୍ବର୍ଦ୍ଧନା ସମିତି ତରଫରୁ ଆନ୍ଦ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଭଦ୍ରକ ସହର ଉପକଣ୍ଠରେ ଅବସ୍ଥିତ ସହୀଦ ସ୍ମୃତି ଭବନରେ ଆୟୋଜିତ ଏକ ସ୍ଵତନ୍ତ୍ର ସଭାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଏହି ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ଅତିଥି ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details