ଓଡିଶା

odisha

ETV Bharat / state

2 ମାସ ପରେବି ପୋଲିସ ହାତ ଖାଲି, ପ୍ରତିବାଦରେ ଅନଶନ ଚେତାବନୀ - ଏତଲାକାରିଣୀଙ୍କ ଅନଶନ ଚେତାବନୀ

ଭଦ୍ରକ କାଁପଡ଼ା ଗ୍ରାମର ଶୁକଦେବ ମଳିକଙ୍କର ଟାଟା ମ୍ୟାଜିକ ଯାତ୍ରୀବାହୀ ଗାଡି ପୋଡ଼ି ଘଟଣାକୁ ଏହାମଧ୍ୟରେ ଦୁଇ ମାସ ପୁରିଗଲାଣି । ମାତ୍ର ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

2 ମାସ ପରେବି ପୋଲିସର ହାତ ଖାଲି,
2 ମାସ ପରେବି ପୋଲିସର ହାତ ଖାଲି,

By

Published : Mar 14, 2021, 9:13 PM IST

ଭଦ୍ରକ: ଭଦ୍ରକ କାଁପଡ଼ା ଗ୍ରାମର ଶୁକଦେବ ମଳିକଙ୍କର ଟାଟା ମ୍ୟାଜିକ ଯାତ୍ରୀବାହୀ ଗାଡି ପୋଡ଼ି ଘଟଣାକୁ ଏହାମଧ୍ୟରେ ଦୁଇ ମାସ ପୁରିଗଲାଣି । ମାତ୍ର ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

2 ମାସ ପରେବି ପୋଲିସର ହାତ ଖାଲି,

ଶୁକଦେବଙ୍କ ପତ୍ନୀ ମିନତୀ ମଳିକଙ୍କ ଅଭିଯୋଗ ମୁତାକବ, ତାଙ୍କ ସ୍ବାମୀ ଘରେ ନଥିବା ବେଳେ ଚଳିତ ବର୍ଷ ଜାନୁଆରୀ ମାସ ମଧ୍ୟ ରାତ୍ରିରେ କାଁପଡ଼ା ଗ୍ରାମର କେତେକ ବ୍ୟକ୍ତି ତାଙ୍କ ଘର ନିକଟକୁ ଆସି ବିଭିନ୍ନ ଗାଳିଗୁଲଜ ଦେବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ । ସେ କବାଟ ଖୋଲିବାରୁ ତାଙ୍କୁ ଏବଂ ତାଙ୍କ ପୁଅକୁ କେତେଜଣ ଏକ ଶାବଳରେ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେମାନେ ଜୀବନ ବିକଳରେ ଘର ଭିତରକୁ ପଶିଯାଇ କବାଟ ଦେଇଥିଲେ ।

ପରେ ସେହି ବ୍ୟକ୍ତିମାନେ ଘର ଆଗରେ ଥିବା ତାଙ୍କର ଏକ ଟାଟା ମ୍ୟାଜିକ ଯାତ୍ରୀବାହୀ ଗାଡିକୁ ପୋଡ଼ି ଦେଇଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାଁପଡ଼ା ଗ୍ରାମର 19 ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା । ମାତ୍ର ଏହି ମାମଲା ରୁଜୁ ହେବାର 2 ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନଥିବା ମିନତୀ ଅଭିଯୋଗ କରିଛନ୍ତି ।

ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ସେ ଉପରିସ୍ଥ କର୍ମଚାରୀଙ୍କ ଦ୍ବାରସ୍ଥ ହୋଇ ଥାନା ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏସମ୍ପର୍କରେ ତିହିଡ଼ି ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ମୁତାବକ ତଦନ୍ତ ଚାଲୁଥିବା କହିଛନ୍ତି ହେଲେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details