ଓଡିଶା

odisha

ETV Bharat / state

ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ - ତିହିଡିରେ ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶିକ୍ଷା ବିଭାଗରେ ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ । ଅଧିକ ପଢ଼ନ୍ତୁ

allegations of irregularity in teacher recruitment
ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ

By

Published : May 28, 2023, 11:16 AM IST

ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ଅଭିଯୋଗ

ଭଦ୍ରକ: ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଶିକ୍ଷା ବିଭାଗରେ ଶିକ୍ଷକ ପଦବୀ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଅନିୟମିତତା ଏବଂ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ । ଯାହାକୁ ନେଇ ଏବେ ତିହିଡି ବ୍ଲକ ଶିକ୍ଷା ବିଭାଗ ବିବାଦ ଘେରରେ । ରାଜ୍ୟପାଳ ପୁରଷ୍କାର ପ୍ରାପ୍ତ ତଥା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ମହାରଣା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତିହିଡ଼ି ଶିକ୍ଷା ବିଭାଗର ଭିତିରି ଗୁମର କଥା ପଦାକୁ ଆଣିଛନ୍ତି ।

ଏହି ବ୍ଲକରେ ଲେବୁଲ ଥ୍ରୀ ଶିକ୍ଷକ ପଦବୀ ନିଯୁକ୍ତି ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଲେବୁଲ ଥ୍ରୀ ପାଇଁ ଯୋଗ୍ୟ ବିବେଚିତ ହୋଇନଥିବା ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ମହାରଣା କହିଛନ୍ତି । ପୂର୍ବରୁ ସବଜେକ୍ଟ ଟିଚର ଭାବେ ନିଯୁକ୍ତ ହୋଇ ନଥିବା ତଥା ଅଭିଜ୍ଞତା ହାସଲ ନକରି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯିବା କେତେ ଦୂର ଆଇନ ସଙ୍ଗତ ତଥା ବୋଲି ପ୍ରଶ୍ନ କରିଛନ୍ତି ।

ଏନେଇ ସେ କହିଛନ୍ତି, "2016 ମସିହା ଠାରୁ ଏହି ବ୍ଲକର କିଛି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅନୁସୂଚିତ ଜନଜାତି କୋଟାରେ ଚାକିରି କରି ପଦୋନ୍ୱତି ମଧ୍ୟ ପାଇଛନ୍ତି । ଅନ୍ୟ ଜାତିରେ ଜନ୍ମ ହୋଇ ଅନୁସୂଚିତ ଜନ ଜାତି ଲୋକଙ୍କ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ଏପରି ଚାକିରି ପାଇଲେ ଏବଂ ପଦୋନ୍ନତି ମଧ୍ୟ ହେଲା । ଏହାର ତଥ୍ୟ ହାସଲ କରିବା ଲାଗି ସୂଚନା ଅଧିକାର ଆଇନ ବଳରେ ଆବେଦନ କରିଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ ଉଦ୍ଦେଶ୍ୟ ମୂଳକ ଭାବେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।"

ତିହିଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ପଦବୀ ଖାଲି ପଡିଥିବା ବେଳେ ବିଭାଗ ପକ୍ଷରୁ ଜନୈକ ଲେବୁଲ ଥ୍ରୀ ଶିକ୍ଷକଙ୍କୁ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଭାରପ୍ରାପ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ପଦବୀ ପୂରଣ ପରେ ମଧ୍ୟ ସଂପୃକ୍ତ ଶିକ୍ଷକ ଜଣକ ନିଜ ମୂଳ ଦାୟିତ୍ୱ ନ ତୁଲାଇ ପୂର୍ବ ପରି କାର୍ଯ୍ୟ କରି ଆସୁଛନ୍ତି । ଯାହା ଶିକ୍ଷା ବିଭାଗର ଜାଣତରେ ହୋଇ ଆସୁଥିବା ବିଜୟିନୀ ମହାରଣା କହିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବା ସହିତ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସେ ଦାବି କରିଛନ୍ତି ।


ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details