ଭଦ୍ରକ: ପାରିବାରିକ କଳହର କରୁଣ ପରିଣତି । ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପଘର ଲୋକେ । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଆରୁହା ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଅନିତା ନାୟକ ।
ସୂଚନା ଅନୁଯାୟୀ ଗ୍ରାମର ରବୀନ୍ଦ୍ର ସ୍ୱାଇଁଙ୍କ ପୁଅ ସୌଭାଗ୍ୟ ରଞ୍ଜନ ସ୍ୱାଇଁ ବାଲେଶ୍ୱର ବାଙ୍ଗୁରପଦା ଗ୍ରାମର ଉମାକାନ୍ତ ନାୟକଙ୍କ ଝିଅ ଅନିତା ନାୟକଙ୍କୁ ଗତ ସାତ ମାସ ତଳେ ବିବାହ କରିଥିଲେ । ବିବାହର ଚାରିମାସ ପରେ ସୌଭାଗ୍ୟ ବେଙ୍ଗାଲୁରୁ କାମ କରିବା ପାଇଁ ଯାଇଥିଲେ । ତେବେ ଗତକାଲି ହଠାତ ଅନିତାଙ୍କ ମୃତ୍ୟୁ ହୋଇଥିବା ବାପଘର ଲୋକେ ଖବର ପାଇଥିଲେ ।