ଭଦ୍ରକ: ରାଜନୈତିକ ଆକ୍ରୋଶରୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଧାମନଗର ଥାନା ଅଞ୍ଚଳରୁ ଏମିତି ଅଭିଯୋଗ ଆସିଛି । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗୀର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକକୁ ଏକ ରାଜନୈତିକ ଦଳର ଲୋକେ ପିଟିପିଟି ହତ୍ୟା କରିଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।
ମୃତକ ହେଉଛନ୍ତି ଜାହାଙ୍ଗୀର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ । ପ୍ରତାପ ଘରକୁ ଯାଉଥିବା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେକ କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗ୍ରାମର କେତେକ ଲୋକ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।