ଓଡିଶା

odisha

ETV Bharat / state

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏହାର ସୁରକ୍ଷା ନେଇ ଚିନ୍ତା - ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ

ସମ୍ପ୍ରତି କଟକର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ସାଳନ୍ଦୀ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଅଧିକ ପଢନ୍ତୁ...

all are Worried about covid hospital safety
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏହାର ସୁରକ୍ଷା ନେଇ ଚିନ୍ତା

By

Published : Sep 24, 2020, 11:47 AM IST

ଭଦ୍ରକ: ସମ୍ପ୍ରତି କଟକର ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଭଦ୍ରକ ସାଳନ୍ଦୀ କୋଭିଡ ହସ୍ପିଟାଲ ପରିଦର୍ଶନ କରି ସେଠାକାର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପରେ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ବୈଠକ କରି ଲାଇନ ଡିପାର୍ଟମେଣ୍ଟ ସହିତ ସବିଶେଷ ଆଲୋଚନା କରିଥିଲେ ।

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଏହାର ସୁରକ୍ଷା ନେଇ ଚିନ୍ତା

କେବେ କୌଣସି ପରିସ୍ଥିତିରେ ଯେପରି ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ନ ହୁଏ ସେଥିଲାଗି ସମସ୍ତେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ଜିଲ୍ଲାପାଳ । କୋଭିଡ଼ ହସ୍ପିଟାଲ ଆରମ୍ଭ ସମୟରେ ଅଗ୍ନି ନିରାପତ୍ତା ସଂକ୍ରାନ୍ତୀୟ ତାଲିମପ୍ରାପ୍ତ ହୋଇଥିଲେ ବି ନିୟମିତ ବ୍ୟବଧାନରେ ଏନେଇ ସମସ୍ତ କର୍ମଚାରୀଙ୍କୁ ପୁଣି ତାଲିମ ଦେବାକୁ ଅଗ୍ନିଶମ ବିଭାଗକୁ ପରାମର୍ଶ ଦେଇଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ପରିଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ ପାତ୍ର, ଅତିରିକ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୁବାଶିଷ ମହାରଣା, ଡେପୁଟୀ କଲେକ୍ଟର ଜୟଶ୍ରୀ ସେନାପତିଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଯୋଗ ଦେଇଥିଲେ । ପରେ ସାଳନ୍ଦୀ ହସ୍ପିଟାଲ ଠାରେ ଅଗ୍ନିଶମ ଅଧିକାରୀ ରମେଶ ବେହେରାଙ୍କ ତତ୍ତ୍ବାବଧାନରେ ବିଭାଗୀୟ କର୍ମଚାରୀମାନେ ଅଗ୍ନି ନିରାପତ୍ତା ସମ୍ପର୍କିତ ତାଲିମ ପ୍ରଦାନ କରିବା ସହିତ ଏହାର ବ୍ୟବହାରିକ ପରୀକ୍ଷଣ କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details