ଓଡିଶା

odisha

ETV Bharat / state

ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଜିଲ୍ଲାପାଳଙ୍କ ଆଲର୍ଟ - ଭଦ୍ରକ ଲଘୁଚାପ ଜନିତ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Alert issued to farmers by bhadrak collector on low pressure rain
ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଜିଲ୍ଲାପାଳ ଚାଷୀଙ୍କୁ ଜାରୀ କଲେ ଆଲର୍ଟ

By

Published : Nov 30, 2021, 8:09 PM IST

ଭଦ୍ରକ: ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ସତର୍କ କରାଇଲେ ଭଦ୍ରକ ଜିଲ୍ଲାପାଳ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଲର୍ଟ ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ।

ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ନେଇ ଜିଲ୍ଲାପାଳ ଚାଷୀଙ୍କୁ ଜାରୀ କଲେ ଆଲର୍ଟ

ମୁଖ୍ୟତଃ ଚାଷୀଙ୍କୁ ସେମାନଙ୍କ କ୍ଷେତରେ ବର୍ଷା ଯୋଗୁଁ ହେବାକୁ ଥିବା ସମ୍ଭାବ୍ୟ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରହିଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଏନେଇ ଜିଲ୍ଲାରେ ଥିବା ସମସ୍ତ କୃଷି ଅଧିକାରୀ ତଥା କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଚାଷୀଙ୍କୁ ସେମାନଙ୍କ ଅମଳକ୍ଷମ ଧାନ ଓ ପନିପରିବା ଫସଲକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

ଏଥିସହ କ୍ଷେତରେ ବର୍ଷାଜଳ ନିଷ୍କାସନ କରିବା ପାଇଁ ମଧ୍ୟ କୁହାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ କୌଣସି କୀଟନାଶକ ଔଷଧ ପ୍ରୟୋଗ ନକରିବା ସହ କୌଣସି ନୂତନ ଚାଷ କାର୍ଯ୍ୟ କରିବା ପାଇଁ, ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ନଟଳିବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details