ଭଦ୍ରକ: ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ବର୍ଷାପାଣି। ବୁଡିଲେ ବିଗ୍ରହ। ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମନ୍ଦିର ପଶ୍ଚିମ ଦ୍ବାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷାପାଣି ପ୍ରବେଶ କରିଥିବା ସୂଚନା ମିଳିଛି। ଫଳରେ ଆଖଣ୍ଡଳମଣିଙ୍କ ବିଗ୍ରହ ସମ୍ପୁର୍ଣ୍ଣ ବୁଡିଯାଇଥିବା ଦେଖାଯାଇଛି ।
ଲଗାଣ ବର୍ଷାରେ ବୁଡିଲେ ବାବା ଆଖଣ୍ଡଳମଣି - Akhandalmani temple drowned in the monsoon rains
ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମନ୍ଦିର ପଶ୍ଚିମ ଦ୍ବାର ଓ ପାଦୁକ କୁଣ୍ଡ ଦେଇ ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ବର୍ଷାପାଣି ପ୍ରବେଶ କରିଥିବା ସୂଚନା ।
ଲଗାଣ ବର୍ଷାରେ ବୁଡିଲେ ଆଖଣ୍ଡଳମଣି
ଏଥିଯୋଗୁଁ ଆଜି(ବୁଧବାର) ମଙ୍ଗଳ ଆଳତୀ ନୀତି ସମେତ ଅନ୍ୟାନ୍ୟ ନୀତିରେ ବିଳମ୍ବ ହୋଇଥିବା ଜଣାପଡିଛି। ପରେ ଏହି ବର୍ଷା ପାଣିକୁ ମୋଟର ମାଧ୍ୟମରେ ନିଷ୍କାସନ କରାଯାଇଛି। ପୂର୍ବରୁ ଏହି ସମସ୍ୟା ନେଇ ମରାମତି ହୋଇଥିଲେ ମଧ୍ୟ ଏବେ ପୁନର୍ବାର ସମସ୍ୟା ଦେଖାଦେଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ