ଓଡିଶା

odisha

ETV Bharat / state

ବାବା ଆଖଣ୍ଡଳମଣି ପୀଠରେ ଲାଗିହେଲା ମୁଆଁ ଭୋଗ - ପବିତ୍ର ଧନୁ ସଂକ୍ରାନ୍ତି ରେ ପୂଜାର୍ଚ୍ଚନା

ଧନୁ ସଂକ୍ରାନ୍ତି ପାଇଁ ବାବାଙ୍କ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଲାଗିବା ସହ ବାବାଙ୍କ ଯୋଗୀ ବେଶ ଓ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ।

akhanda lamani temple
ବାବା ଆଖଣ୍ଡଳମଣି ପୀଠରେ ମୁଆଁ ଭୋଗ

By

Published : Dec 16, 2019, 10:54 PM IST

ଭଦ୍ରକ: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇଉଠିଛି ବାବା ଆଖଣ୍ଡଳମଣି ପୀଠ । ଓଡ଼ିଶା ପ୍ରଶିଦ୍ଧ ଶୈବପିଠ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ବାବା ଆଖଣ୍ଡଳମଣି ପୀଠରେ ମୁଆଁ ଭୋଗ

ସୋମବାର ପ୍ରାତଃରେ ବାବାଙ୍କ ପୀଠରେ ପହଡ଼ ଖୋଲାଯିବା ପରେ ପହଲି ଭୋଗ ଲାଗି ହୋଇଥିଲା । ଏହାପରେ ବାବାଙ୍କ ପୀଠରେ ଧନୁ ସଂକ୍ରାନ୍ତି ପାଇଁ ମୁଆଁ ଭୋଗ ଲାଗି କରାଯିବା ସହ ସମସ୍ତ ନିତିକାନ୍ତି କରାଯାଇଛି ।

ଏହି ଧନୁ ସଂକ୍ରାନ୍ତି ପାଇଁ ବାବାଙ୍କ ପୀଠରେ ସକାଳୁ ଭକ୍ତଙ୍କ ଗହଳି ଲାଗିବା ସହ ବାବାଙ୍କ ଯୋଗୀ ବେଶ ଓ ପରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ କୋଟିପୂଣ୍ୟ ମିଳେ ବୋଲି ବିଶ୍ଵାସ ରହିଛି । ତେଣୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଏହି ବେଶ ଦର୍ଶନ କରିବାକୁ ମନ୍ଦିରରେ ଭିଡ ଜମାଇଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details