ଭଦ୍ରକ: ରାଜ୍ୟରେ ବିଜେଡି-ବିଜେପି ମିଲିଭଗତ ସରକାର ରାଜ୍ୟରେ ଚାଲିଛି। ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏହିପରି ଅଭିଯୋଗ କରିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।
ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: କଂଗ୍ରେସ ପ୍ରଭାରୀ ନବନିଯୁକ୍ତ ଓଡିଶା ପ୍ରଭାରୀ ଚେଲ୍ଲା କୁମାରଙ୍କ ଗସ୍ତକୁ ନେଇ ଏବେ ରାଜ୍ଯ କଂଗ୍ରେସ ଚଳଚଞ୍ଚଳ। ଶନିବାର ବାଲେଶ୍ଵରରେ ଏକ ଚାଷୀ ସମାବେଶକୁ ଯିବା ବାଟରେ, ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
କେନ୍ଦ୍ର ସରକାର କୃଷି ମାରଣ ନୀତି ଅବଲମ୍ବନ କରୁଛନ୍ତି ଏବଂ ତାକୁ ରାଜ୍ୟର ବିଜେଡି ସରକାର ସମର୍ଥନ କରୁଛି ।
ଯାହାର ନଜିର ଦେଖିବାକୁ ମିଳିଛି ଉଭୟ ପାର୍ଲିଆମେଣ୍ଟ ଓ ରାଜ୍ଯ ବିଧାନସଭାରେ। ନୂତନ କୃଷି ନୀତିରେ, କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ଧାର୍ଯ୍ଯ କରାଯାଇନାହିଁ । କୃଷି କ୍ଷେତ୍ରରେ ଘରୋଇ କରଣ ଯୋଜନା ପ୍ରଣୟନ କରିବାରୁ ସ୍ପଷ୍ଟ ହେଉଛି ଯେ, ସରକାର କୃଷି ମାରଣ ନୀତି ଅବଲମ୍ବନ କରୁଛନ୍ତି । ଭଦ୍ରକରେ ଗଣମାଧ୍ୟମରେ ଏପରି ପ୍ରତିକ୍ରିୟା ରଖି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର। ଏଥିସହିତ ବର୍ତ୍ତମାନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପରିବର୍ତ୍ତନ ନେଇ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ