ଭଦ୍ରକ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜିତ ହେବା ପରେ ଜୀବନ ହାରିଦେଲେ ପ୍ରାର୍ଥୀନୀଙ୍କ ସ୍ବାମୀ । ସେପଟେ ପ୍ରାର୍ଥିନୀ ବିଷ ପିଇ ଗୁରୁତର ହୋଇ ପଡ଼ିଛନ୍ତି । ଭଦ୍ରକ ଜିଲ୍ଲା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ପଦ୍ମପୁର ପଞ୍ଚାୟତର ସୁମତି ପରିଡ଼ା ସମିତିସଭ୍ୟା ଭାବେ ପ୍ରତିଦ୍ବନ୍ଦିତା କରି ପରାଜିତ ହୋଇଥିଲେ । ସୁମତିଙ୍କ ସ୍ବାମୀ ରମାକାନ୍ତ ପରିଡ଼ା, ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସମୟରେ ସମର୍ଥକଙ୍କ ସହ ବଚସା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ଘରେ ଦଉଡି଼ ଦେଇ ଦେଇଥିଲେ । ଏଥିର ମ୍ରିୟମ୍ରାଣ ହୋଇ ସୁମତି ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ ।