ଓଡିଶା

odisha

ETV Bharat / state

ଗଣେଶ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ଭଦ୍ରକରେ ଆସନ୍ତା ଗଣେଶ ପୂଜାକୁ ସରକାରୀ ନିର୍ଦ୍ଦେଶ ମତେ କୋଭିଡ଼ ମାର୍ଗଦର୍ଶିକା ଅନୁପାଳନ ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଗଣେଷ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ
ଗଣେଷ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

By

Published : Sep 5, 2021, 8:11 AM IST

ଭଦ୍ରକ: ଗଣେଶ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଭଦ୍ରକରେ ଆସନ୍ତା ଗଣେଶ ପୂଜାକୁ ସରକାରୀ ନିର୍ଦ୍ଦେଶମତେ କୋଭିଡ଼ ମାର୍ଗ ଦର୍ଶିକା ଅନୁପାଳନ ଆଧାରରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରାଯିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍.ପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ମଧୁ ସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଗଣେଶ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଗଣେଷ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ

ତେବେ କୋଭିଡ଼ ମାର୍ଗଦର୍ଶିକା ଅନୁଯାୟୀ ପୂଜାମଣ୍ଡପଗୁଡ଼ିକୁ ତିନି ପାଖକୁ କଭର କରାଯିବ । ସମ୍ମୁଖ ପାଖକୁ ମୂର୍ତ୍ତି ଦେଖାଗଲା ଭଳି ଆବଦ୍ଧ କରାଯିବ । ପୂଜା ସ୍ଥାନରେ ଜନ ସମାବେଶ ହେବ ନାହିଁ, ଦର୍ଶନ କି ପୂଜା ନିମନ୍ତେ ମଣ୍ଡପ ଭିତରକୁ ଜନ ସାଧାରଣଙ୍କୁ ଅନୁମତି ଦିଆଯିବ ନାହିଁ । ପୂଜା ସ୍ଥାନରେ କୌଣସି ପରିସ୍ଥିତିରେ 7 ଜଣରୁ ଅଧିକ ଲୋକ ଏକାଠି ହେବେ ନାହିଁ କି ଭସାଣି ଶୋଭାଯାତ୍ରା ହେବ ନାହିଁ । ମେଲୋଡ଼ି ଆଦି ସାଂସ୍କୃତିକ କାର୍ଯ୍ୟ କିମ୍ବା ଡ଼ାକବାଜି ଯନ୍ତ୍ର ବାଜିପାରିବ ନାହିଁ । ଯେତିକି ପୂଜା ମଣ୍ଡପ ଅଛି ସେତିକିରେ ପୂଜା ହେବା ବ୍ୟତୀତ ଅନ୍ୟ କୌଣସି କ୍ଲବ୍ ବା ଛକ ଜାଗାମାନଙ୍କରେ କୌଣସି ଅନୁଷ୍ଠାନ ଦ୍ବାରା ଗଣେଶ ପୂଜା ଅନୁଷ୍ଠିତ ହୋଇ ପାରିବ ନାହିଁ ।

ପୂଜା ଆୟୋଜନ ପୂର୍ବରୁ ସଂପୃକ୍ତ କର୍ମକର୍ତ୍ତାମାନେ ସଂପୃକ୍ତ ଅଧିକାରୀଙ୍କଠାରୁ ଅନୁମତି ନେବେ । ମୂର୍ତ୍ତି ଗୁଡ଼ିକର ଉଚ୍ଚତା 4 ଫୁଟରୁ ଅଧିକ ହେବ ନାହିଁ । ପୂଜା ଉତ୍ସବ କି ଭସାଣିରେ ଯେତିକି ସମ୍ଭବ କମ, ସରଳ ଓ ନିରାଡ଼ମ୍ବର ଭାବେ ଆୟୋଜନ କରାଇବାକୁ ଏସପି ସମସ୍ତ ପୂଜାକମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।

କୌଣସି ଭୋଜିଭାତ, ସାମୂହିକ ପ୍ରସାଦ ସେବନ ପାଇଁ ଅନୁମତି ନାହିଁ ବୋଲି ମଧ୍ୟ କହିଛନ୍ତି । ଏହି ସମାନ ମାର୍ଗଦର୍ଶିକାରେ ଗତ ବର୍ଷ ପୂଜା ପାଳନ କରାଯାଇଥିବାରୁ କର୍ମକର୍ତ୍ତାମାନେ ଏ ବର୍ଷ ମଧ୍ୟ ସେହି ଆଧାରରେ ପାଳନ କିରବା ନେଇ ନିଷ୍ପଭି ନେଇଛନ୍ତି ଓ ଏ ଦିଗରେ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ରଖିଛନ୍ତି । ଘଟ ଉତ୍ତୋଳନ ସ୍ଥାନ, ପୂଜାସ୍ଥଳୀ ଆଦି ଜାଗାରେ ସଫେଇ ପାଇଁ କର୍ମକର୍ତ୍ତାଙ୍କ ଅନୁରୋଧକ୍ରମେ ଜିଲ୍ଲାପାଳ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ।

ତେବେ ଏହି ବୈଠକରେ ଏସଡ଼ିପିଓ ସାର୍ଥକ ରାୟ, ଟାଉନ ଥାନାଧିକାରୀ ଉମା ଶଙ୍କର ନାୟକ, ପୁରୁଣା ବଜାର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟି ପ୍ରମୁଖ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details