ଓଡିଶା

odisha

ETV Bharat / state

ଶୁଣିଲାନି ପ୍ରଶାସନ, ନିଜ ପ୍ରଚେଷ୍ଟାରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା - bhadrak district news

ବାରମ୍ବାର ଦାବି ପରେ ମଧ୍ୟ ଶୁଣିଲାନି ପ୍ରଶାସନ । ନିଜ ଶିଶୁଙ୍କ ପାଇଁ ଅଣ୍ଟା ଭିଡିଲେ ମହିଳା । ନିଜସ୍ବ ଉଦ୍ୟମରେ ନିର୍ମାଣ କଲେ ଅଙ୍ଗନଓ୍ବାଡି କେନ୍ଦ୍ର । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ନିଜସ୍ବ ପ୍ରଚେଷ୍ଟାରେ ଅଙ୍ଗନାଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା
ଶୁଣିଲାନି ପ୍ରଶାସନ, ନିଜସ୍ବ ପ୍ରଚେଷ୍ଟାରେ ଅଙ୍ଗନାଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା

By

Published : Jul 21, 2021, 8:53 AM IST

ଭଦ୍ରକ :ସରକାରଙ୍କ ମାଳମାଳ ଯୋଜନା ସତେ ଯେପରି ଏଠି ଫିକା ପଡିଛି । ବାରମ୍ବାର ଆପତ୍ତି ଓ ଅଭିଯୋଗ ପରେ ମଧ୍ୟ ଶୁଣିଲା ନାହିଁ ବ୍ଲକ ପ୍ରଶାସନ । ସରକାରୀ ଅର୍ଥରେ ଅଙ୍ଗନଓ୍ବାଡି କେନ୍ଦ୍ରଟିଏ ହୋଇ ପାରିଲାନାହିଁ । ବାଧ୍ୟ ହୋଇ ନିଜ ଶିଶୁଙ୍କ ପାଇଁ ଅଣ୍ଟା ଭିଡିଲେ ମା’ମାନେ । ଗ୍ରାମବାସୀଙ୍କ ଆର୍ଥିକ ସହଯୋଗ ଓ ନିଜର ଶ୍ରମ ଦେଇ ନିର୍ମାଣ କଲେ ଅଙ୍ଗନଓ୍ବାଡି କେନ୍ଦ୍ର ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ସାଜିଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସୟା ପଞ୍ଚାୟତ ବାଲିଚତୁରୀ ଗ୍ରାମରେ ।

ଶୁଣିଲାନି ପ୍ରଶାସନ, ନିଜସ୍ବ ପ୍ରଚେଷ୍ଟାରେ ଅଙ୍ଗନାଓ୍ବାଡି କେନ୍ଦ୍ର ନିର୍ମାଣ କଲେ ମହିଳା

ଘଟଣାର ସମ୍ପୂର୍ଣ୍ଣକ୍ରମ ଅନୁସାରେ ଏହି ଗାଁର 23 ନମ୍ବର ୱାର୍ଡରେ ଏକ କ୍ଷୁଦ୍ର ଅଙ୍ଗନୱାଡି ଗୃହ ନିର୍ମାଣ ପାଇଁ 2018 ମସିହାରେ ପ୍ରଶାସନ ପକ୍ଷରୁ ବ୍ୟୟ ବରାଦ ହୋଇଥିଲା । ସେବେଠାରୁ ଏହି ଗ୍ରାମବାସୀ ବିଡିଓଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ଯ୍ୟନ୍ତ ସମସ୍ତଙ୍କୁ ଭେଟି ସ୍ଥାନ ଚିହ୍ନଟ କରିବାକୁ ଦାବି କରିଥିଲେ । ପ୍ରଥମେ ଯେଉଁ ସ୍ଥାନ ପ୍ରଦାନ କରାଗଲା ତାହା ଉପଯୋଗୀ ନହେବାରୁ ପୁନର୍ବାର ସ୍ଥାନ ଚିହ୍ନଟ ପାଇଁ ଦାବି କରିଥିଲେ ଗ୍ରାମବାସୀ । ତେବେ ସ୍ଥାନ ଚିହ୍ନଟ ନକରି ସମୟ ଗଡେଇ ଚାଲିଥିଲା ବ୍ଲକ ପ୍ରଶାସନ ।

6 ମାସ ତଳେ ବିଡିଓଙ୍କୁ ଭେଟି ଗୃହ ନିର୍ମାଣ ଲାଗି କାର୍ଯ୍ୟାଦେଶ ଦାବି କରିଥିଲେ ଗ୍ରାମବାସୀ । ବିଡିଓ 15 ଦିନ ମଧ୍ୟରେ କାର୍ଯ୍ୟାଦେଶ ପ୍ରଦାନ କରିବା ଲାଗି ପ୍ରତିଶୃତି ଦେଇଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳି ପାରିଲା ନାହିଁ । ବାଧ୍ୟ ହୋଇ ଗ୍ରାମବାସୀ ନିଜ ନିଜ ମଧ୍ୟରେ ଆର୍ଥିକ ସହାୟତା ଯୋଗାଡ କରି ପ୍ରାୟ 30 ହଜାର ଟଙ୍କା ଖର୍ଚ୍ଚକରି ଏକ ଆଜବେଷ୍ଟସ୍ ଗୃହ ନିର୍ମାଣ କରିଛନ୍ତି । ଏଠାରେ ସବୁଠୁ ବଡ କଥା ହେଉଛି ଏହି ଗୃହ ନିର୍ମାଣ ପାଇଁ କୌଣସି ଶ୍ରମିକ ନିୟୋଜିତ କରିବାକୁ ପଡିନାହିଁ। ଗ୍ରାମର ମହିଳାମାନେ ସ୍ବେଚ୍ଛାକୃତ ଭାବେ ଶ୍ରମଦେଇ ଏପରି ଘର ଛିଡା କରିବା ପ୍ରଶାସନର ପାରିଆ ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘର ତିଆରି କରିବା ପରେ ସେଠାରେ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ପିଲାମାନଙ୍କୁ ଅଣ୍ଡା ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

ତିହିଡି ବ୍ଲକର 304 ଟି ଅଙ୍ଗନୱାଡି କେନ୍ଦ୍ର ଅଛି । ତନ୍ମଧ୍ୟରୁ 249 ଟି ଅଙ୍ଗନୱାଡି ଓ 55 ଟି ମିନି ଅଙ୍ଗନୱାଡି କେନ୍ଦ୍ର ବୋଲି ଜଣାଯାଇଛି । ଏହି ବ୍ଲକରେ ଏଯାଏଁ 164 ଟି ଗୃହ ସିଡିପିଓଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି । ଅନ୍ୟପଟେ 5ଟି ଗୃହ ନିର୍ମାଣ ସରିଥିଲେ ମଧ୍ୟ ଏଯାଏଁ ହସ୍ତାନ୍ତର ହୋଇନଥିବାବେଳେ ବର୍ତ୍ତମାନ 56 ଟି ଗୃହ ନିର୍ମାଣଧିନ ଥିବା CDPO ମାନସୀ ସାନ୍ୟାଲଙ୍କ ଠାରୁ ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details