ଭଦ୍ରକ: ଜଣାଶୁଣା ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁକୁ ନେଇ ଏଯାଏଁ ଜାରି ରହିଛି ସସପେନ୍ସ । ମୃତ୍ୟୁ ପଛର କାରଣ ଖୋଜିବାରେ ଲାଗିଛି ପୋଲିସ । ତେବେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ହୋଇଛି ଦାବି ।
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କଲେ ଭଦ୍ରକର ସାମାଜିକ ସଙ୍ଗଠନ - ଆଦିତ୍ୟ ଦାସ ମୃତ୍ୟୁ ଘଟଣା
ସମାଜସେବୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ପାଇଁ ଉଠିଲା ସ୍ବର । ଭଦ୍ରକ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ଏନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...
ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି କଲେ ଭଦ୍ରକର ସାମାଜିକ ସଙ୍ଗଠନ
ଭଦ୍ରକ ଜିଲ୍ଲାର ବିଭିନ୍ନ ସାମାଜିକ ସଙ୍ଗଠନ ମାନବ ପ୍ରେମୀ ଆଦିତ୍ୟ ସୁନ୍ଦର ଦାସଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ଏହା ଏକ ଯୋଜନାବଦ୍ଧ ହତ୍ୟା ଘଟଣା ବୋଲି ଏମାନେ କହିଛନ୍ତି । ଏଣୁ ଏହି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ