ଓଡିଶା

odisha

ETV Bharat / state

ଭଦ୍ରକରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ - ଭଦ୍ରକରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ

ଭଦ୍ରକରେ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଅଭିଯାନ ଆରମ୍ଭ କରିଛି ଓଡ୍ରାଫ ଟିମ । ଏଥିସହ ବାତ୍ୟାର ସମ୍ପୁର୍ଣ୍ଣ ସ୍ଥିତିର ସମୀକ୍ଷା ପାଇଁ ଭଦ୍ରକରେ ପହଞ୍ଚିଛନ୍ତି ପୋଲିସ ଅତିରିକ୍ତ ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ..

ଭଦ୍ରକରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ
ଭଦ୍ରକରେ ବାତ୍ୟା ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ

By

Published : May 24, 2021, 3:05 PM IST

Updated : May 24, 2021, 3:29 PM IST

ଭଦ୍ରକ: ବାତ୍ୟା ୟସ୍‌ର ମୁକାବିଲା ପାଇଁ ଭଦ୍ରକରେ ଜୋରଦାର ପ୍ରସ୍ତୁତି । ଜିଲ୍ଲାର ବିଭିନ୍ନ ସ୍ଥାନରେ 4 ଗୋଟି ଏନଡିଆରଏଫ ଟିମ ମୁତୟନ ପରେ ସୋମବାର ଭଦ୍ରକ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ଆସି ପହଞ୍ଚିଛି।

ତେବେ ଓଡ୍ରାଫ ଟିମ କିଭଳି ପ୍ରଶାସନ-ପୋଲିସ-ଏନଡିଆରଏଫ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିପାରିବ ? ଏଥିସହ ବାତ୍ୟା ମୁକାବିଲା ପାଇଁ କେତେ ପ୍ରସ୍ତୁତ ଅଛନ୍ତି ? ତାହାର ସମୀକ୍ଷା ପାଇଁ ଭଦ୍ରକରେ ପୋଲିସ ଅତିରିକ୍ତ ମହାନିର୍ଦେଶକ (ଆଇନଶୃଙ୍ଖଳା ) ଯଶୱନ୍ତ ଜେଠୱା ପହଞ୍ଚିଛନ୍ତି।

ଭଦ୍ରକରେ ଏଡିଜି ଯଶୱନ୍ତ ଜେଠୱା, ବାତ୍ୟ ସ୍ଥିତିର କଲେ ସମୀକ୍ଷା

ଭଦ୍ରକ ଜିଲ୍ଲାର 54 କିଲୋମିଟର ସମୁଦ୍ର ଉପକୂଳରେ ଥିବା 5 ଟି ଥାନା, 3 ଟି ମେରାଇନ ଥାନା ଅଧୀନରେ ଥିବା 14ପଞ୍ଚାୟତର 41 ଗ୍ରାମର 94 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିପରି ଅଣାଯାଇପାରିବ ସେଥିପାଇଁ ଓଡ୍ରାଫ ଓ ପୋଲିସ ମିଳିତ ଭାବେ କାର୍ଯ୍ୟ କରିବ । ଏପରିକି ବାତ୍ୟା ମୁକାବିଲା ପାଇଁ 15 ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହେବେ। ଏହି ଟିମ ବାତ୍ୟା ପୂର୍ବରୁ ବାତ୍ୟା ସମୟରେ ଓ ବାତ୍ୟା ପରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ।

ସେହିପରି ଭାବେ ଏହି ଓଡ୍ରାଫ ଟିମ ପାଖରେ ଅତ୍ୟାଧୁନିକ ପାୱାର ବୋଟ, କଟର ମେସିନ, ଟାୱାର ଲାଇଟ, ସାଟେଲାଇଟ ଫୋନ ମହଜୁଦ ରଖାଯାଇଛି। ଯେକୌଣସି ପରିସ୍ଥିତିରେ ଏହି ଓଡ୍ରାଫ ଟିମ ଲୋକଙ୍କୁ ଉଦ୍ଧାର କରିପାରିବ । ଏହି ଉଦ୍ଧାର କାର୍ଯ୍ୟ ସୋମବାର ଠାରୁ ଆରମ୍ଭ ହେବ ବୋଲି ଜେଠୱା ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 24, 2021, 3:29 PM IST

ABOUT THE AUTHOR

...view details