ଭଦ୍ରକ: ଆସନ୍ତା ୩ ତାରିଖରେ ଧାମନଗର ଉପନିର୍ବାଚନ (Dhamnagar By-Poll) । ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ଜମିଥିଲା ଜୋରଦାର ପ୍ରଚାର । ଆଜି ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ଜୋନରେ ରୋଡ଼ ଶୋ' ହୋଇଥିବା ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡ଼ି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେ ଦଳୀୟ ବିଧାୟକ ଓ ନେତାଙ୍କ ସହିତ ମିଶି ପ୍ରଚାର କରିଥିବା ଦେଖିବାକୁ ମିଳିଛି ।
Dhamnagar ByPoll: ଶେଷ ଦିନରେ ବିଜେଡିର ରୋଡ ଶୋ, ମୈଦାନକୁ ଓହ୍ଲାଇଲେ ଅଭିନେତ୍ରୀ ବର୍ଷା ୬ ନମ୍ବର ଜୋନ ଦୋଳସାହି ବଜାର ଠାରେ ବିଜେଡି ପକ୍ଷରୁ ଆୟୋଜିତ ରୋଡ ଶୋ'ରେ ସାମିଲ ହୋଇଛନ୍ତି ଷ୍ଟାର କ୍ୟାମ୍ପନର ବର୍ଷା ପ୍ରିୟଦର୍ଶନୀ । ବିଜେଡି଼ ଦଳର ସାଧାରଣ ସମ୍ପାଦକ ଦେବୀ ମିଶ୍ର, ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ବିଷ୍ଣୁବ୍ରତ ରାଉତରାୟ ପର୍ଶୁରାମ ଧଡ୍ଡାଙ୍କ ସମେତ ବହୁ ନେତୃମଣ୍ଡଳୀ ହଜାର ହଜାର ବାଇକ ଶୋଭାଯାତ୍ରାରେ ଗାଁ ଗାଁ ବୁଲି ଭୋଟରମାନଙ୍କୁ ନିଜ ପ୍ରାର୍ଥିନୀ ଅବନ୍ତୀ ଦାସଙ୍କ ସପକ୍ଷରେ ମତଦାନ ପାଇଁ ଭୋଟ ଭିକ୍ଷା କରୁଛନ୍ତି।
ଏହା ବି ପଢନ୍ତୁ- Dhamnagar bypoll: ଶେଷ ଦିନରେ ବିଜେପିର ମାରାଥନ ପ୍ରଚାର
ତେବେ ଗତକାଲି ମୁଖ୍ୟମନ୍ତୀ ଧାମନଗର ବିକାଶ ଦାୟିତ୍ବ ନେବା ପରେ ବିଜେଡି କର୍ମୀ ଉତ୍ସାହିତ ଥିବା ସହ ନିଜେଡି ବିପୁଳ ଭୋଟରେ ଜିତିବ ବୋଲି ବରିଷ୍ଠ ନେତାମାନେ ମତବ୍ୟକ୍ତ କରିଛନ୍ତି। ସେହିପରି ବିଜେଡ଼ି ବିଦ୍ରୋହୀ ନେତା ତଥା ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ବିଭିନ୍ନ ସ୍ଥାନରେ ବାଇକ ଯୋଗେ ପହଞ୍ଚି ଲୋକଙ୍କୁ ଭୋଟ୍ ମାଗୁଛନ୍ତି । ସେପଟେ ବିଜେପି ମଧ୍ୟ ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ତିମ ଉଦ୍ୟମ କରିଥିଲା ।
ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାରରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ତିହିଡି ବ୍ଲକର ନୟାନନ୍ଦ, ପାଳିଆ, ଅଚକ ଆଦି ପଞ୍ଚାୟତରେ ମୋଟର ସାଇକେଲ ଶୋଭାଯାତ୍ରା ଏବଂ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେହିପରି ସୂର୍ଯ୍ୟବଂଶୀ ମଧ୍ୟ ତିହିଡି ବ୍ଲକର ତାଳପଦା, କୁବେର ଗୁଆମାଳ ଆଦି ପଞ୍ଚାୟତରେ ଘରକୁ ଘର ବୁଲି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶେଷ ପର୍ଯ୍ୟାୟ ପ୍ରଚାରରେ ସାମିଲ ହେବେ ବୋଲି ଜଣାପଡିଛି ।
ଇଟିଭି ଭାରତ, ଭଦ୍ରକ