ଓଡିଶା

odisha

ETV Bharat / state

ରାସ୍ତାରେ ବେଆଇନ ହୋର୍ଡିଂ ବିରୋଧ, ଜୋର ଧରିଲା କାର୍ଯ୍ୟାନୁଷ୍ଠାନ ଦାବି - ହୋଡିଂ ଲଗାଇବାକୁ ବିରୋଧ

ରାସ୍ତାରେ ବେଆଇନ ଭାବେ ହୋର୍ଡିଂ ଲଗାଇବାକୁ ବିରୋଧ ହୋଇଛି । ଏପରି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଅଧିକ ପଢ଼ନ୍ତୁ

Issue over hoarding
ରାସ୍ତାରେ ବେଆଇନ ଭାବେ ହୋଡିଂ ଲଗାଇବାକୁ ବିରୋଧ

By ETV Bharat Odisha Team

Published : Dec 8, 2023, 9:07 AM IST

Issue over hoarding

ଭଦ୍ରକ:ଦିନକୁ ଦିନ ଦୁର୍ଘଟଣା ବଢୁଛି । ତଥାପି ଲୋକ ସଚେତନ ହେଉନାହାନ୍ତି । ରାସ୍ତାଠୁ 15 ଫୁଟ ମାଡି ହୋଡିଂ ଲଗାଯାଉଛି । ଫଳରେ ଯାତାୟତରେ ସମସ୍ୟା ଉପୁଜୁଛି । ଭଦ୍ରକ ଚାନ୍ଦବାଲି ରାସ୍ତାକୁ ଦୁଇଟି ହୋଡିଂ ଲାଗିଛି ଯାହାକୁ ରାସ୍ତାଠୁ 15 ଫୁଟ ଭିତରକୁ ଲଗାଯାଇଛି । ଏହାକୁ ନେଇ ଜନଅସନ୍ତୋଷ ଦେଖିବାକୁ ମିଳିଛି । ରାଜ୍ୟ ରାଜପଥ ଅବରୋଧ କରି ବେଆଇନ ଭାବେ ହୋଡିଂ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଅଭିଯୋଗ ମୁତାବକ, ଚଳିତ ପାର୍ବଣ ଆରମ୍ଭରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଜଣେ ଯୁବକ, ବାସୁଦେବପୁର ବିଧାୟକଙ୍କ ସମେତ ଅନ୍ୟାନ୍ୟ ବିଜେଡି ନେତାଙ୍କ ଫଟୋ ସହ ପୁରୁଣାହାଟ ଏବଂ ବ୍ଲକ ଛକ ନିକଟରେ ରାସ୍ତାକୁ ଅବରୋଧ କରି ରୋଡ କ୍ରସିଂ ହୋର୍ଡିଂ ଲଗାଇଥିଲେ । ହୋଡିଂର ଖୁଣ୍ଟ ରାସ୍ତା ଉପରେ ଅବସ୍ଥାପିତ ହୋଇଥିବା ଯୋଗୁଁ ଯାତ୍ରୀ ମାନଙ୍କ ପାଇଁ ବିପଦ ସୃଷ୍ଟି କରିବା ସହିତ ଦୁର୍ଘଟଣା ଘଟିବାର ଆଶଙ୍କା କରାଯାଉଛି ।

ଧନ ଜୀବନ ହାନି ହେବାର ସମ୍ଭାବନା ରହିଥିବା ଆରୋପ କରି କଂଗ୍ରେସ ପକ୍ଷରୁ ତିହିଡି ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ମାତ୍ର ଏନେଇ କୌଣସି ବିହିତ ପଦକ୍ଷେପ ଗ୍ରହଣ ନକରିବାରୁ ଗତ 16.11.23 ତାରିଖରେ ସମ୍ପୃକ୍ତ ବେଆଇନ ହୋଡିଂ ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲା କଂଗ୍ରେସ । ମାତ୍ର ଉକ୍ତ ଉକ୍ତ ହୋର୍ଡିଂ ଉଠା ଯାଉନଥିବାରୁ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଏବଂ ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଥିଲା । ଇତିମଧ୍ୟରେ ଗତକାଲି ମଧ୍ୟରାତ୍ରରୁ ଉକ୍ତ ହୋର୍ଡିଂ ଖୋଲାଯାଇଥିବା ନେଇ ଜାଣିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ରାଜନୈତିକ ଆକ୍ରୋଶରୁ ବସ୍ତି ଉଚ୍ଛେଦ ! ଜିଲ୍ଲାପାଳଙ୍କୁ ଭେଟିଲେ ବସ୍ତି ବାସିନ୍ଦା

ବେଆଇନ ଭାବେ ଉକ୍ତ ହୋର୍ଡିଂ ଲଗାଯିବା ବିରୋଧରେ କି ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି । ଦଳୀୟ ନେତା ନାରାୟଣ ଜେନା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ପ୍ରଶାସନିକ ନିର୍ଦ୍ଦେଶ ପରେ ସଂପୃକ୍ତ ବେଆଇନ୍ ହୋର୍ଡିଂ ଖୋଲି ଦିଆଯାଇଥିବା ତହସିଲଦାର ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଆରଆଇଙ୍କ ଜରିଆରେ ତଦନ୍ତ କରାଯାଇଛି ଏବଂ ଆଇନ୍‌ଗତ ଭାବେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର କହିଛନ୍ତି । ରାଜ୍ୟ ରାଜପଥ ଅବରୋଧ କରି ବେଆଇନ ଭାବେ ହୋର୍ଡିଂ ଲଗାଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର୍ ଧରିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details