ଓଡିଶା

odisha

ETV Bharat / state

ମଞ୍ଚ କଳାକାରଙ୍କୁ ମାଡ଼ ଘଟଣା, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ୪ ପୋଲିସ - କଳାକାରଙ୍କୁ ମାଡ ଘଟଣା

Police Attack On Artist: ମଞ୍ଚ କଳାକାରଙ୍କୁ ମାଡ଼ ମାରିବା ନେଇ ଆଗରପଡ଼ା ପୋଲିସ ବିରୋଧରେ ଅଭିଯୋଗ ପରେ ୪ ପୋଲିସ କର୍ମଚାରୀଙ୍କୁ ଭଦ୍ରକ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି । ଅଧିକ ପଢନ୍ତୁ

ମଞ୍ଚ କଳାକାରଙ୍କୁ ମାଡ ମାରିବା ଘଟଣା
ମଞ୍ଚ କଳାକାରଙ୍କୁ ମାଡ ମାରିବା ଘଟଣା

By ETV Bharat Odisha Team

Published : Jan 3, 2024, 3:09 PM IST

ମଞ୍ଚ କଳାକାରଙ୍କୁ ମାଡ ମାରିବା ଘଟଣା

ଭଦ୍ରକ: ନାଇଟ୍ ପାଟ୍ରୋଲିଂ ବେଳେ ମଞ୍ଚ କଳାକାରଙ୍କୁ ମାଡ ମାରିବା ଘଟଣା । ଭଦ୍ରକ ଆଗରପଡା ପୋଲିସ ବିରୋଧରେ ଅଭିଯୋଗ ପରେ ୪ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂହ।

ସୂଚନା ଅନୁଯାୟୀ, ଆଗରପଡ଼ା ଥାନା ଅନ୍ତର୍ଗତ ତେଲନଟି ଗାଁର ମଞ୍ଚ କଳାକାର ଗୋପୀନାଥ ନାୟକ ଭଦ୍ରକରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ରାତି ପ୍ରାୟ 11ଟାରେ ଘରକୁ ଫେରୁଥିଲେ । ଏହି ସମୟରେ 4 ଜଣ ପୋଲିସ କର୍ମଚାରୀ ଆଗରପଡ଼ା ଥାନାର ଶେଷ ସୀମା କାଣ୍ଡବା ରାମପୁର ନିକଟରେ ଥିବା ଏକ ବିୟର ବାର୍ ସମ୍ମୁଖ ରାସ୍ତାରେ ଛିଡ଼ା ହୋଇଥିଲେ । ସେଠାରେ ଗୋପୀନାଥଙ୍କ ଗାଡିକୁ ଅଟକାଇ ଥିଲେ ଏବଂ ଗାଡିର କାଗଜପତ୍ର ଯାଞ୍ଚ କରିବା ପାଇଁ ତାଙ୍କୁ ମାଗିଥିଲେ । ସେ ନିଜ ଗାଡିର ସମସ୍ତ କାଗଜପତ୍ର ପୋଲିସ କର୍ମଚାରୀଙ୍କୁ ଦେଖାଇଥିଲେ । ଯାହାକି ସମ୍ପୂର୍ଣ୍ଣ ଭାବେ ଠିକ୍ ଥିଲା । ହେଲେ ପୋଲିସ କୌଣସି କାରଣ ନଥାଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଟଙ୍କା ମାଗିଥିଲେ । ତେବେ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ଫୋନ ପେ'ରେ ଟଙ୍କା ଦେବାକୁ କହିଥିଲେ । ଗୋପୀନାଥ ମନା କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ପୋଲିସ କର୍ମଚାରୀ ମାନେ ତାଙ୍କୁ ଗାଡିରୁ ଘୋଷାରି ଆଣି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ସୁନାଚେନ୍‌ ଏବଂ ମୋବାଇଲ୍ ଛଡ଼ାଇ ନେଇଥିଲେ। ଏପରିକି ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ- ପୋଲିସ ମାଡ଼ରେ ମଞ୍ଚ କଳାକାର ଗୁରୁତର

ଅନ୍ୟପକ୍ଷରେ ରାତି ସାରା ତାଙ୍କୁ ପରିବାର ଲୋକେ ଖୋଜାଖୋଜି କରି ପାଇ ନଥିଲେ। ସକାଳୁ ସେ ମେଡିକାଲରେ ଗୁରୁତର ଅବସ୍ଥାରେ ଥିବା ଖବର ପାଇଥିଲେ । ଏନେଇ ତାଙ୍କ ସ୍ତ୍ରୀ ମଧୁସ୍ମିତା ନାୟକ ଆଗରପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଗରପଡା ଥାନା ଏଏସ୍‌ଆଇ ମହେନ୍ଦ୍ର ଗିରି, କନେଷ୍ଟବଳ ଚିନ୍ମୟ ଦେହୁରୀ, ହୋମଗାର୍ଡ ଗଜେନ୍ଦ୍ର ନାୟକ ଏବଂ ହୋମଗାର୍ଡ ଅରୁଣ କୁମାର ଦାସଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇ ସେମାନଙ୍କୁ ଜିଲ୍ଲା ହେଡକ୍ବାର୍ଟରକୁ ବଦଳି କରାଯାଇଛି । ତେବେ ଦେଖିବାକୁ ବାକି ରହିଲା ତଦନ୍ତ ପରେ ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିବା ପୋଲିସ କର୍ମଚାରୀମାନଙ୍କ ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details