ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ୍ ମାଡ଼ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ । ଏଭଳି ଘଟଣା ଘଟିଛି ବନ୍ତ ଥାନା ଅନ୍ତର୍ଗତ ଶିଲନ୍ଦି ଗ୍ରାମରେ । ଗୁରୁତର ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ସାରଥୀ ଜେନା ।
ସୂଚନାଅନୁଯାୟୀ ସାରଥୀ ତାଙ୍କ ବାପାଙ୍କ ଔଷଧ ଆଣିବା ପାଇଁ ଛେନାପଦୀ ମାର୍କେଟକୁ ଯାଉଥିବା ବେଳେ ଅଧାବାଟରେ ତାଙ୍କ ମଝିଆଁ ଭାଇ ଓ ଭାଉଜ ତାଙ୍କୁ ମସାଣିକୁ ଡାକି ନେଇ ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ । ଯୁବକ ଜଣଙ୍କ ଜୀବନ ବିକଳରେ ଦୌଡ଼ି ଆସି ଏକ ସ୍ଥାନରେ ଲୁଚି ରହିବା ସହ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ପ୍ରଥମେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।