ଓଡିଶା

odisha

By

Published : Dec 5, 2019, 9:56 AM IST

ETV Bharat / state

କାଳ ହେଲା ନୂଆ ଚାକିରି, ଦୁର୍ଘଟଣାରେ ଯୁବକ ମୃତ

ଗୁରୁବାର ଜଣେ ଯୁବକ ନୂଆ ଚାକିରୀରେ ଯୋଗ ଦେବା ପାଇଁ ଘରୁ ବାହାରିଥିବାବେଳେ ଟ୍ରକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ । ମୃତକ ଜଣଙ୍କ ନୂଆଶାସନ ଅଞ୍ଚଳର ରାଜେନ୍ଦ୍ର ସାହୁ ବୋଲି ଜଣାପଡିଛି ।

accident
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଚାକିରୀ ହେଲା କାଳ । ଗୁରୁବାର ଜଣେ ଯୁବକ ନୂଆ ଚାକିରୀରେ ଯୋଗ ଦେବା ପାଇଁ ଘରୁ ବାହାରିଥିବା ବେଳେ ଟ୍ରକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ । ମୃତକ ଜଣଙ୍କ ନୂଆଶାସନ ଅଞ୍ଚଳର ରାଜେନ୍ଦ୍ର ସାହୁ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ଗୁରୁବାର ରାଜେନ୍ଦ୍ର ଢେଙ୍କାନାଳରେ ପାଇଥିବା ନୂଆ ଚାକିରିରେ ଯୋଗ ଦେଇଥାନ୍ତେ । ସେଥିପାଇଁ ସେ ଏବଂ ତାଙ୍କ ସାଙ୍ଗ ନିରଞ୍ଜନ ତ୍ରିପାଠୀ ବାଇକ ଯୋଗେ ପ୍ରଥମ ଭଦ୍ରକ ଏବଂ ତାପରେ ଢେଙ୍କାନାଳ ଯାଇଥାନ୍ତେ । ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା । ଦୁହେଁ ସାଙ୍ଗ ମିଶି ବାଇକ ଯୋଗେ ଭଦ୍ରକ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ହାଇୱା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।

ଯାହାଫଳରେ ଘଟଣା ସ୍ଥଳରେ ରାଜେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ନିରଞ୍ଜନ ଗୁରୁତର ଅଵସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଟ୍ରମାକେୟାରରେ ଚିକିତ୍ସିତ ହେଉଥିଲେ। ମାତ୍ର ସ୍ବାସ୍ଥ୍ୟବସ୍ଥା ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏପଟେ ପୋଲିସ ଘଟଣା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details