ଓଡିଶା

odisha

By

Published : Feb 13, 2020, 3:15 AM IST

ETV Bharat / state

ଅଜଣା ଗାଡି ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଜଣେ ବାଳକର ମୃତ୍ୟୁ । ମୃତକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଷ୍ଣୁମୋହନ ମିଶ୍ରଙ୍କ ଏକ ମାତ୍ର ପୁଅ ସଞ୍ଜୟ କୁମାର ମିଶ୍ର ।

accident-at-bhadrak-one-killed
ଅଜଣା ଗାଡି ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ

ଭଦ୍ରକ: ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣେ ବାଳକର ମୃତ୍ୟୁ ହୋଇଛି । ମିଳିଥିବା ଖବର ଅନୁଯାୟୀ ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଷ୍ଣୁମୋହନ ମିଶ୍ରଙ୍କ ଏକ ମାତ୍ର ପୁଅ ସଞ୍ଜୟ କୁମାର ମିଶ୍ର ।

ଅଜଣା ଗାଡି ଧକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ

ସଞ୍ଜୟ ଚାନ୍ଦବାଲି ହଳଦିଆ ଗ୍ରାମରେ ତାଙ୍କ ମାମୁଁ ଘରେ ରହି ପାଠ ପଢନ୍ତି । ସ୍ଥାନୀୟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ ସଞ୍ଜୟ । ଏକ ସ୍କୁଟି ଯୋଗେ ହଳଦିଆରୁ ଗଦି ବଜାର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି । ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ସୂଚନା ଦେଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details