ଓଡିଶା

odisha

ବାଟବଣା ଆବାସ ଯୋଜନା, ରବୀନ୍ଦ୍ରଙ୍କୁ ମିଳୁନି ବାସଗୃହ

By

Published : Jun 30, 2021, 9:25 PM IST

ଆବାସ ଯୋଜନାଠୁ ବହୁ ଦୂରରେ ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଆରୁହା ଗ୍ରାମର ରବିନ୍ଦ୍ର ନାୟକ । ଭଦ୍ରକ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ସହାୟତାର ହାତ ବଢାଇ ନାହାଁନ୍ତି । ଅଧିକ ପଢନ୍ତୁ...

abbas yajona failue in bhadrak rabindra not get house
ବାଟବଣା ଆବାସ ଯୋଜନା ରବୀନ୍ଦ୍ରଙ୍କୁ ମିଳୁନି ବାସଗୃହ

ଭଦ୍ରକ:ଆବାସ ଯୋଜନାରେ ମିଳୁନି ଗୃହ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତଙ୍କୁ ନିବେଦନ କରିଥିଲେ ମଧ୍ୟ କେହି ସହାୟତାର ହାତ ବଢାଇ ନାହାଁନ୍ତି । ଏଭଳି ଅଭାବନୀୟ ତଥା ଦୟନୀୟ ପରିସ୍ଥିତିରେ ବସବାସ କରିଛନ୍ତି ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଆରୁହା ଗ୍ରାମର ରବିନ୍ଦ୍ର ନାୟକ ।

ବାଟବଣା ଆବାସ ଯୋଜନା ରବୀନ୍ଦ୍ରଙ୍କୁ ମିଳୁନି ବାସଗୃହ

ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ମାଳ ମାଳ ଯୋଜନା। ଚାଳ ଛପର ଓ ଝୁପୁଡି ଘର ଆଉ ରହିବ ନାହିଁ। ସେମାନଙ୍କୁ ମିଳିବ ପକ୍କା ଘର ଏକଥା ମଧ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଘର ଖଣ୍ଡିଏ ପାଇଁ ବାରମ୍ବାର ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନର ଫାଇଲ ତଳେ ରହି ଯାଉଛି ଭଦ୍ରକ ଜିଲ୍ଲା ସିନ୍ଦୋଳ ପଞ୍ଚାୟତ ଆରୁହା ଗ୍ରାମର ରବିନ୍ଦ୍ର ନାୟକଙ୍କ ଭାଗ୍ୟ। ଭଙ୍ଗା ଚାଳ ଘରେ ସ୍ତ୍ରୀ ସମେତ 5 ଝିଅ ଓ ଗୋଟିଏ ପୁଅ ସହିତ ରହୁଛନ୍ତି। ବିଗତ ବାତ୍ୟାରେ ଘରର ଛାତ ଉଡି ଯାଇଥିବା ବେଳେ କାନ୍ଥ ମଧ୍ୟ ପଡିଯାଇଛି। ମରାମତି କରିବା ଲାଗି ସମ୍ବଳ ନାହିଁ। ବୟସର ଅପରାହ୍ନରେ ଆଉ କାମଧନ୍ଦା କରି ପାରିନଥିବା ବେଳେ ବାଳୁତ ପୁଅ କାଁ ଭାଁ ରୋଜଗାର କରୁଛି। ଯେଉଁଥିରେ ପରିବାର ଚଳିବା ବଡ କଷ୍ଟକର ହୋଇଯାଉଛି।

ପ୍ରଶାସନିକ ବଡ ବଡିଆଙ୍କ ସଦୟ ହେଉନଥିବାରୁ ଏପରି ଦୟନୀୟ ଅବସ୍ଥାରେ ବଞ୍ଚିବାକୁ ପଡୁଛି। ଅନ୍ୟପଟେ ମିନି ସଚ୍ଚିବାଳୟ କୁହାଯାଉଥିବା ପଞ୍ଚାୟତ ପ୍ରଶାସନ କେବଳ ସରକାରଙ୍କ ଘୋଷଣାରେ ସୀମିତ ରହିଛି। ଗରିବ ଶ୍ରେଣୀର ଲୋକମାନଙ୍କୁ ସହଯୋଗ କରିବାର ଇଛା ଥିଲେ ମଧ୍ୟ ବ୍ଲକ ପ୍ରଶାସନ ପ୍ରକୃତ ପକ୍ଷେ ସହଯୋଗ କରୁନଥିବାରୁ ଅସହାୟ ରବିନ୍ଦ୍ରଙ୍କ ଅବସ୍ଥା ଏହିପରି ଥିବା କହିଛନ୍ତି ସରପଞ୍ଚ ବୈକୁଣ୍ଠନାଥ ପାଣି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details