ଭଦ୍ରକ: ନଦୀରେ ଭାସିଯାଇ ଯୁବକ ନିଖୋଜ । ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ ନଦୀରେ ଏହି ଦୁର୍ଘଟଣା ଘଟିଛି । ଗାଧୋଉଥିବା ବେଳେ ପାଣି ସୁଅରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହୋଇଥିବା ଯୁବକ ଜଣକ ହେଲେ ଭଦ୍ରକ କାଉପୁର ପଞ୍ଚାୟତର ଏଡ଼ାଦେଇ ଗାଁର ସହଦେବ ରାଉଳ ।
ଆଜି (ବୁଧବାର) ସହଦେବ ସାଳନ୍ଦୀ ନଦୀରେ ସାଙ୍ଗମାନଙ୍କ ସହ ଗାଧଉଥିଲେ। ହେଲେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସି ଯାଇଥିଲା । ଫଳରେ ସେ ନଦୀ ସ୍ରୋତରେ ଭାସି ଯାଇଥିଲେ ।