ଓଡିଶା

odisha

ETV Bharat / state

ଭଦ୍ରକରୁ ପୁରୀ ଦୌଡ଼ିଲେ ଯୁବକ, ସେନାବାହିନୀରେ ଯୋଗଦେବା ଲକ୍ଷ୍ୟ

ଯୁବକଙ୍କ ଅଭିନବ ପ୍ରୟାସ ବାରମ୍ବାର ସେନା ବାହିନୀ ପରୀକ୍ଷାରେ ଆକୃତ କାର୍ଯ୍ୟ ହେବା ଯୋଗୁ ମହାପ୍ରଭୁଙ୍କ ଆଶୀର୍ବାଦ ନିମନ୍ତେ ସେ ଭଦ୍ରକରୁ ପୁରୀ 240 କିଲୋମିଟର ଦୌଡ଼ି ଦୌଡ଼ି ଆସିଛନ୍ତି । ଏଥିପାଇଁ ତାଙ୍କୁ 28 ଘଣ୍ଟା 30 ମିନିଟ ଲାଗିଥିଲା । ଅଧିକ ପଢନ୍ତୁ...

a youngman run 240 kilometer from bhadrak to puri, an aspirants of soldiers
ଭଦ୍ରକରୁ ପୁରୀ ଦୌଡ଼ି ଦୌଡ଼ି ଆସିଲେ ଯୁବକ

By

Published : Feb 20, 2020, 3:27 PM IST

ଭଦ୍ରକ/ପୁରୀ : ବଡ ହେଲେ ସୈନିକ ହେବି । ଦେଶ ପାଇଁ ଜୀବନ ଦେବି । ଏହି ବାର୍ତ୍ତା ବହନ କରି ଦେଶ ମାତୃକାର ସେବା କରିବା ମନୋବୃତ୍ତି ନେଇ ଦୌଡିଛନ୍ତି । ଜଣେ ଯୁବକଙ୍କ ଏହିପରି ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ବନ୍ତରୁ ପୁରୀ ଶ୍ରୀମନ୍ଦିର ଦୀର୍ଘ 210 କିଲୋମିଟର ଦୌଡିବେ ଭଦ୍ରକ ଜିଲା ବନ୍ତ ଗ୍ରାମର ସୌରଭ ସେଠୀ ।

ଭଦ୍ରକରୁ ପୁରୀ 240 କି.ମି. ଦୌଡ଼ିଲେ ଯୁବକ, ସେନାବାହୀନିରେ ଯୋଗଦେବା ଲକ୍ଷ୍ୟ

ଭଦ୍ରକର ବନ୍ତ ଅଞ୍ଚଳରୁ ପୁରୀ ଦୌଡ଼ି ଦୌଡ଼ି ଆସିଛନ୍ତି ଜଣେ ଯୁବକ । ବୁଧବାର ସକାଳ 7ଟାରୁ ସେ ଭଦ୍ରକରୁ ବାହାରି ଆଜି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଦିନ 11 ଟା 30 ରେ ପହଞ୍ଚିଥିଲେ । ତେବେ ବାରମ୍ବାର ସେନା ବାହିନୀ ପରୀକ୍ଷାରେ ଆକୃତ କାର୍ଯ୍ୟ ହେବା ଯୋଗୁ ମହାପ୍ରଭୁଙ୍କ ଆଶୀର୍ବାଦ ନିମନ୍ତେ ସେ ଭଦ୍ରକରୁ ପୁରୀ 240 କିଲୋମିଟର ଦୌଡ଼ି ଦୌଡ଼ି ଆସିଛନ୍ତି ବୋଲି କହିଛନ୍ତି । ଏଥିପାଇଁ ତାଙ୍କୁ 28 ଘଣ୍ଟା 30 ମିନିଟ ଲାଗିଥିଲା ।

ଭଦ୍ରକରୁ ପୁରୀ 240 କି.ମି. ଦୌଡ଼ିଲେ ଯୁବକ, ସେନାବାହୀନିରେ ଯୋଗଦେବା ଲକ୍ଷ୍ୟ

ତେବେ ଏଭଳି ନିଆରା ଢଙ୍ଗରେ ପୁରୀ ଆସି ପହଂଚିବା ପରେ ଶ୍ରୀମନ୍ଦିର ସମୂଖ ସୌରଭ ସେଠିଙ୍କୁ ଦେଖିବାକୁ ଲୋକଙ୍କ ବେଶ ଗହଳି ହୋଇଥିଲା । ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ସୌରଭ ଙ୍କୁ ମହାପ୍ରଭୁଙ୍କ ପତିତପାବନ ବାନା ଦେବା ସହ ସୌରଭଙ୍କ ମନସ୍କାମନା ପୂରଣ ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ତେବେ ସୌରଭ ପୁରୀ ଦୌଡ଼ି ଦୌଡ଼ି ଆସିବା ଏତେ ସହଜ ନ ଥିଲା । ଆତ୍ମବିଶ୍ବାସ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଏହି କାର୍ଯ୍ୟ ସମ୍ପନ୍ନ କରିଥିବା ସୌରଭ କହିଛନ୍ତି ।

ମହାପ୍ରଭୁଙ୍କ ଉପରେ ତାଙ୍କର ଅଗାଧ ବିଶ୍ବାସ ରହିଛି । ସେ ଦିନେ ନା ଦିନେ ଚାକିରୀ ପାଇବେ ବୋଲି କହିଛନ୍ତି। ତାଙ୍କୁ ରାସ୍ତାରେ ସାହାଯ୍ୟ ନିମନ୍ତେ ଭଦ୍ରକ ଅଞ୍ଚଳର ଅନେକ ଯୁବକ ସାଥିରେ ମଧ୍ୟ ଆସିଥିଲେ । ସେ 27 କିଲୋମିଟର ଦୌଡ଼ିବା ପରେ କିଛି ସମୟ ନିଜର ନିତ୍ୟକର୍ମ ସାରି ପୁଣି ଦୌଡୁଥିଲେ । ଅନେକ ଏଭଳି କାର୍ଯ୍ୟ ନ କରିବା ପାଇଁ ସୌରଭଙ୍କୁ କହିଥିଲେ ମଧ୍ୟ ସୌରଭ କିଛି ନ ଶୁଣି ଦୃଢ଼ ସଂକଳ୍ପ ନେଇଥିବା ହେତୁ ସେ ଏତେ ବାଟ ଦୌଡ଼ି ଦୌଡ଼ି ଆସିବାରେ ସଫଳ ହୋଇଥିବା ତାଙ୍କ ଭାଇ ମଧ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଓ ଭଦ୍ରକରୁ ଦେବାଶିଷ ମହାପାତ୍ର ଇଟିଭି ଭାରତ

ABOUT THE AUTHOR

...view details