ଓଡିଶା

odisha

ETV Bharat / state

ଯୁବକଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ - bhadrak news

ଯୁବକଙ୍କୁ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ। ଭିଡିଓ ଭାଇରାଲ । ଅଧିକ ପଢନ୍ତୁ....

a young man beaten in bhadrak
ଯୁବକଙ୍କୁ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ

By

Published : Jun 21, 2021, 9:51 AM IST

ଭଦ୍ରକ: ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କ ଉନ୍ମତ୍ତକାଣ୍ଡ । ଉଭୟ ଜଣେ ଯୁବକଙ୍କୁ ବିଚ ବଜାରରେ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ନାୟକ ସାହି ଅଞ୍ଚଳର ଜଣେ ଯୁବକ, ସମ୍ପୃକ୍ତ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟରୁ ଚଞ୍ଚକତା କରି ଟଙ୍କା ହଡପ କରିଥିଲେ ବୋଲି ଜଣାପଡିଛି ।

ଯୁବକଙ୍କୁ ଇଲେକ୍ଟ୍ରିକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ

ତେବେ ସ୍ଥାନୀୟ ବଡ଼ ବଜାର ଅଞ୍ଚଳରେ, ସମ୍ପୃକ୍ତ ଯୁବକଙ୍କ ସହ ମହିଳା ଓ ତାଙ୍କ ସହଯୋଗୀଙ୍କ ସାମ୍ନାସାମ୍ନି ହୋଇଥିଲା । ଯାହାକି ମହିଳା ଓ ତାଙ୍କ ସହଯୋଗୀ ଉଭୟ ମିଶି ସମ୍ପୃକ୍ତ ଯୁବକଙ୍କୁ ଦଉଡିରେ ବାନ୍ଧି ମାଡ଼ ମାରିବା ସହ ପାଖରେ ଥିବା ଗୋଟିଏ ଇଲେକ୍ଟ୍ରିକ ଖୁଣ୍ଟରେ ସମ୍ପୃକ୍ତ ଯୁବକଙ୍କୁ ବାନ୍ଧି ନିସ୍ତୁକ ପିଟିଥିଲେ। । ପରେ ଖୁଣ୍ଟରୁ ଖୋଲି ବିଚ ରାସ୍ତାରେ ପିଟିପିଟି ଥାନା ପର୍ଯ୍ୟନ୍ତ ନେଇଥିବା ଜଣାପଡିଛି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details