ଭଦ୍ରକ: ରାସ୍ତା ଖରାପ ଯୋଗୁଁ ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ । ଫଳରେ ୨ କିଲୋମିଟର ଯାଏଁ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ଏଭଳି ଲଜ୍ଜା ଜନକ ଦୃଶ୍ୟ ଯାହା ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ରାମପୁର କାଜିପୋଖରୀ ଗାଁରେ ଦେଖିବାକୁ ମିଳିଛି । କାଦୁଅ ରାସ୍ତାରେ ଷ୍ଟ୍ରେଚରରେ ରୋଗୀକୁ ବୋହି ନେଉଛନ୍ତି ପରିବାର ଲୋକେ ।
ସୂଚନା ମୁତାବକ, ରାମପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଚାରିତିରା ଗ୍ରାମର କନକଲତା ନାୟକଙ୍କ ଦେହ ଅସୁସ୍ଥ ହୋଇଥିଲା । ଆମ୍ବୁଲାନ୍ସ ଆସି ଗାଁ ମୁଖ୍ୟ ରାସ୍ତାରେ ପହଞ୍ଚିଥିଲା । କିନ୍ତୁ ମୁଖ୍ୟ ରାସ୍ତାରୁ କାଜିପୋଖରୀ ଯିବାକୁ ରାସ୍ତା ଭଲନଥିବାରୁ ଆମ୍ବୁଲାନ୍ସ ଗାଁ ଭିତରକୁ ପଶି ପାରିନଥିଲା । ତେବେ ବାଧ୍ୟ ହୋଇ ଷ୍ଟ୍ରେଚର୍ ସାହାଯ୍ୟରେ ପ୍ରାୟ ୨କିଲୋମିଟରରୁ ଊର୍ଦ୍ଧ୍ବ ରାସ୍ତା କାନ୍ଧରେ ବାେହିକରି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।