ଭଦ୍ରକ: ପୋଲିସ ପାଖରୁ ମିଳିଲାନି ନ୍ୟାୟ । ଫଳରେ ହତାଶ ହୋଇ ହାତରେ ବିଷ ଡବା ଧରି ରାଜ ରାସ୍ତାରେ ପ୍ରତିବାଦ କରିଲେ ପରିବାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୌରାଞ୍ଚଳ ୧୦ ନମ୍ବର ୱାର୍ଡ ଅଧିନ ନୂଆଧାମରା ଗ୍ରାମରେ । ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଏକ ପରିବାର ଲୋକଙ୍କୁ ନିର୍ଘାତ ମାଡ ସହ ପରିବାରକୁ ଗାଁ ବାଛନ୍ଦ କରାଯାଇଥିଲା ।
ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ହାତରେ ବିଷ ଡବା ଧରି ରାଜ ରାସ୍ତାରେ ପ୍ରତିବାଦ କରିଛନ୍ତି ପରିବାର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୌରାଞ୍ଚଳ ୧୦ ନମ୍ବର ୱାର୍ଡ ଅଧିନ ନୂଆଧାମରା ଗାଁର ନିକୁଞ୍ଜ ସାମଲଙ୍କ ପରିବାର ପକ୍ଷରୁ ରାଜ ରାସ୍ତାରେ ଏପରି ପ୍ରତିବାଦ କରାଯାଇଥିଲା ।