ଓଡିଶା

odisha

ETV Bharat / state

କୋରୋନା ସଂକ୍ରମିତ ଓ ବୁଲା ପଶୁଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ଦମ୍ପତି - ବ୍ୟବସାୟୀ ଦମ୍ପତି

କୋରୋନା ଭଳି ମହାବିପତ୍ତି ସମୟରେ ଅସହାୟ ଲୋକ, ବୁଲା ପଶୁମାନେ ଖାଦ୍ୟ ମୁଠେ ପାଇଁ ସଂଘର୍ଷ କରୁଥିବା ବେଳେ ଏମାନଙ୍କ ଅନ୍ନଦାତା ପାଲଟିଛନ୍ତି ଭଦ୍ରକ ସହରର ଏକ ବ୍ୟବସାୟୀ ଦମ୍ପତି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମିତ ଓ ବୁଲା ପଶୁଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ଦମ୍ପତି
କୋରୋନା ସଂକ୍ରମିତ ଓ ବୁଲା ପଶୁଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ଦମ୍ପତି

By

Published : May 18, 2021, 7:55 AM IST

ଭଦ୍ରକ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ମହାମାରୀର ଚେନ୍‌କୁ ଭାଙ୍ଗିବା ପାଇଁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ, ଲକ୍ ଡାଉନ କଟକଣାକୁ କଡାକଡି କରାଯାଇଛି । ଏହି ସମୟରେ ଅସହାୟ ଲୋକ, ବୁଲା ପଶୁମାନେ ଖାଦ୍ୟ ମୁଠେ ପାଇଁ ସଂଘର୍ଷ କରୁଛନ୍ତି । ଏପରିସ୍ଥଳେ ଏମାନଙ୍କ ଅନ୍ନଦାତା ପାଲଟିଛନ୍ତି ଭଦ୍ରକ ସହରର ଏକ ବ୍ୟବସାୟୀ ଦମ୍ପତି ।

କୋରୋନା ସଂକ୍ରମିତ ଓ ବୁଲା ପଶୁଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି ଦମ୍ପତି

ଖାଲି ଏତିକି ନୁହେଁ, କୋରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ଓ କୋରୋନା ଆକ୍ରାନ୍ତଙ୍କ ଘର ଘର ବୁଲି, ସେମାନଙ୍କୁ ତିନିବେଳା ଖାଦ୍ୟ ବାଣ୍ଟୁଛନ୍ତି ଏହି ଦମ୍ପତି । ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ 300 ରୁ ଉର୍ଦ୍ଧ ଆକ୍ରାନ୍ତଙ୍କ ସମେତ 500 ରୁ ଉର୍ଦ୍ଧ ବୁଲା ପଶୁମାନଙ୍କୁ ନିଜ ହାତରେ ଖାଦ୍ୟ ପ୍ରସ୍ତୁତ କରି ଏହି ଦମ୍ପତି ଯୋଗାଇ ଦେଉଥିବା ଜଣାପଡିଛି ।

ତେବେ ଏଭଳି ବିପତ୍ତି କାଳରେ ଏହି ଦମ୍ପତି, ଅସହାୟଙ୍କ କଥା ଚିନ୍ତା କରିବା, ଅନ୍ୟମାନଙ୍କ ପାଇଁ ପ୍ରେରଣା ନିଶ୍ଚୟ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details