ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ପଞ୍ଚାୟତରେ ଅଭାବନୀୟ ଘଟଣା । ଖବର ଅନୁଯାୟୀ ଗଣେଶ ବେରାଙ୍କର 11 ବର୍ଷର ବାଳକ ସୌରଭ ବେରା ଶୋଇଥିବା ସମୟରେ କିଛି ଗୋଟେ ଜୀବ କାମୁଡି ଦେଇଥିବା କଥା, ସେ ତାର ପରିବାର ଲୋକଙ୍କୁ କହିଲା । ପରେ ତାକୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିବା ବାଟରେ ସେ ଚେତାଶୂନ୍ୟ ହୋଇଯାଇଥିଲା ।
ବିଷାକ୍ତ ସାପ କାମୁଡାରେ ବାଳକ ମୃତ - snake bite in Bhadrak
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ପଞ୍ଚାୟତରେ ଦୁଃଖଦ ଘଟଣା । ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡାରେ 11 ବର୍ଷର ବାଳକର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
ବିଷାକ୍ତ ସାପ କାମୁଡାରେ ବାଳକ ମୃତ
ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଏହା ସାପ କାମୁଡାରେ ମୃତ୍ୟୁ ବୋଲି ଘୋଷଣା କରିଥିଲେ ଡାକ୍ତର । ଶିଶୁଟିର ଅକାଳ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ