ଓଡିଶା

odisha

ETV Bharat / state

ବ୍ରାଉନ ସୁଗାର ଜବତ, ଜଣେ ଗିରଫ - 9 lakh brawn sugar seized bhadrak news

ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସଦାନନ୍ଦପୁରରୁ 84 ଗ୍ରାମର ବ୍ରାଉନ ସୁଗାର , ଏକ ବାଇକ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ୱାର୍ଡ।

brawn sugar seized
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Dec 7, 2019, 2:09 PM IST

ଭଦ୍ରକ: ଚଢାଉ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର । ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ସଦାନନ୍ଦପୁରରୁ 84 ଗ୍ରାମର ବ୍ରାଉନ ସୁଗାର, ଏକ ବାଇକ ଜବତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ୱାର୍ଡ।

ଶନିବାର କଟକ ଅବକାରୀ ବିଭାଗ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ଭଦ୍ରକ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ଏହି ବ୍ରାଉନ ସୁଗାର ଜବତ କରାଯାଇଛି। ଚଢ଼ାଉ ସମୟରେ 84 ଗ୍ରାମ ବ୍ରାଉନ ସୁଗାର ସହ ଏକ ମୋଟର ସାଇକେଲ ଜବତ କରାଯାଇଥିବା ବେଳେ ଜଣକୁ ଗିରଫ କରିଛି କଟକ ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ବାର୍ଡ।

ବିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଅଭିଯୁକ୍ତ ଜଣକ ହେଲେ ତିହିଡି ଥାନା ସଦାନନ୍ଦପୁରର ଚନ୍ଦନ କୁମାର ପାଢ଼ୀ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 8 ଲକ୍ଷ 40 ହଜାର ଟଙ୍କା ହେବ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details