ଓଡିଶା

odisha

ETV Bharat / state

ବାତ୍ୟା ଆଶଙ୍କା, ଭଦ୍ରକର 7 ଟି ବ୍ଲକକୁ ଆଲର୍ଟ - ଭଦ୍ରକ ଜିଲ୍ଲାରେ ବାତ୍ୟାର ଲ୍ୟାଣ୍ଡଫଲ ଆଶଙ୍କା

ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବାତ୍ୟା ଆଶଙ୍କା, ଭଦ୍ରକର 7 ଟି ବ୍ଲକକୁ ଆଲର୍ଟ
ବାତ୍ୟା ଆଶଙ୍କା, ଭଦ୍ରକର 7 ଟି ବ୍ଲକକୁ ଆଲର୍ଟ

By

Published : May 21, 2021, 6:44 AM IST

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ବାତ୍ୟା ଅଭିଜ୍ଞତାକୁ ଆଧାର କରି, ଜିଲ୍ଲାର 7 ଟି ବ୍ଲକକୁ ଆଲର୍ଟ ରହିବାକୁ କହିଛନ୍ତି ଜିଲ୍ଲାପାଳ ।

ବାତ୍ୟା ଆଶଙ୍କା, ଭଦ୍ରକର 7 ଟି ବ୍ଲକକୁ ଆଲର୍ଟ

ମୁଖ୍ୟତଃ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ସମୁଦ୍ର କୂଳରେ ଥିବା ପଞ୍ଚାୟତରେ ବିଶେଷ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଶୌଚାଳୟ, ପାଣି, ବିଦ୍ୟୁତ ଓ ଖାଦ୍ୟର ବ୍ଯବସ୍ଥା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଏହା ବ୍ୟତିତ ଜିଲ୍ଲାର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ କୋଭିଡ କଟକଣା ଅନୁଯାୟୀ ବ୍ଯବସ୍ଥା କରାଯିବ ବୋଲି ସୂଚନା ମିଳିଛି । ସମ୍ପ୍ରତି ଜାରି ରହିଥିବା କୋଭିଡ କଟକଣା ଗାଇଡଲାଇନ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ତତ୍ପର ହୋଇ ଉଠିଛି ଭଦ୍ରକ ଜିଲ୍ଲା ପ୍ରଶାସନ। ଏଥିସହ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details