ଓଡିଶା

odisha

ETV Bharat / state

ଲୁଣିଆ ସହିଦ ଘଟଣାକୁ 77 ବର୍ଷ, କାଗଜରେ ସୀମିତ ପର୍ଯ୍ୟଟନସ୍ଥଳୀ ମାନ୍ୟତା - ସ୍ଵାଧୀନତା ସଂଗ୍ରାମୀ

1942 ମସିହା ସେପ୍ଟେମ୍ବର 22 । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ଆଉ ଆଜି ଏହି ଦିନକୁ ମନେ ପକାଉଛି ଲୁଣିଆ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

By

Published : Sep 22, 2019, 2:34 PM IST

Updated : Sep 22, 2019, 4:02 PM IST

ଭଦ୍ରକ: ସେପ୍ଟେମ୍ବର 22 ତାରିଖ ଆସିଲେ ମନେପଡ଼େ ଲୁଣିଆର ସେହି ରକ୍ତରଞ୍ଜିତ ଇତିହାସ କଥା । 1942 ମସିହା ସେପ୍ଟେମ୍ବର 22 ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଏହାକୁ ଦମନ କରିବା ପାଇଁ ଅତ୍ୟାଚାରୀ ଇଂରେଜମାନେ ଗୁଳିଚାଳନା କରିଥିଲେ । ଫଳରେ ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ଆଉ ଆଜି ଏହି ଦିନକୁ ମନେ ପକାଉଛି ଲୁଣିଆ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

1942 ମସିହା ସେପ୍ଟେମ୍ବର 22 । ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶ ମାତୃକାର ସ୍ବାଧୀନତା ପାଇଁ ରଣହୁଙ୍କାର ଦେଇଥିଲେ ସହିଦନଗରର ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ । ଏହାକୁ ଦମନ କରିବା ପାଇଁ ଅତ୍ୟାଚାରୀ ଇଂରେଜ ମାନେ ଗୁଳିଚାଳନା କରିଥିଲେ । ଫଳରେ ଲୁଣିଆରେ ସହିଦ ହୋଇଥିଲେ 9 ଜଣ ବୀର ସ୍ଵାଧୀନତା ସଂଗ୍ରାମୀ । ତେଣୁ ଦେଶମାତୃକା ସ୍ଵାଧୀନ ହେବା ପରେ ଏଠାରେ ସେପ୍ଟେମ୍ବର 22 ତାରିଖକୁ ସହିଦ ଦିବସ ଭାବେ ପାଳନ କରାଯାଉଛି । କେବଳ ଏତିକି ନୁହେଁ, ଦୀର୍ଘ ଦିନର ଦାବି ପରେ 2016 ମସିହାରେ ଲୁଣିଆକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରାଗଲା । ମାନ୍ୟତା ସିନା ପାଇଲା ହେଲେ ଆବଶ୍ୟକ ଭିତ୍ତିଭୂମିର ବିକାଶ କାହିଁକି ହେଉନାହିଁ ? ସେ ନେଇ ଉଠିଛି ପ୍ରଶ୍ନ ।

ପର୍ଯ୍ୟଟନ ବିଭାଗ ପକ୍ଷରୁ 30 ଲକ୍ଷ ଟଙ୍କା ବ୍ୟୟରେ ଏକ ଯାତ୍ରୀ ନିବାସ ନିର୍ମାଣ, ସହିଦ ସ୍ତମ୍ବର ନବକଳେବର, ତିଳ ତର୍ପଣ ପାଇଁ ପୋଖରୀ ଘାଟ ନିର୍ମାଣ, ଆଲୋକୀକରଣ ବ୍ୟବସ୍ଥା, ପ୍ରବେଶ ପଥରେ ଏକ ବିରାଟ କଙ୍କ୍ରିଟ୍ ତୋରଣ ନିର୍ମାଣ କରାଯାଇଛି ବୋଲି କହିଛନ୍ତି ସହିଦ ସ୍ମୃତି ରକ୍ଷା କମିଟିର ପୂର୍ବତନ ଉପସଭାପତି । ତେବେ ଏହି ରକ୍ତ ରଂଜିତ ଐତିହାସିକ ସ୍ଥାନରେ ଆହୁରି ଉନ୍ନତିକରଣର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଭାରତ ଇତିହାସରେ ସ୍ଥାନ ପାଇଥିବା ଏହି ରକ୍ତ ରଂଜିତ ସହିଦ ପୀଠର ଭିତ୍ତିଭୂମି ବିକାଶ ସହିତ, ସହିଦଙ୍କୁ ଜଥୌଚିତ ସମ୍ମାନ ମିଳିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 22, 2019, 4:02 PM IST

ABOUT THE AUTHOR

...view details