ଭଦ୍ରକ:5T କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ରୂପାନ୍ତରୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଶିଶୁ ଦିବସ ଅବସରରେ ଭର୍ଚୁଆଲ ମାଧ୍ୟମରେ ଏହାକୁ ଲୋକାର୍ପିତ କରିଛନ୍ତି।
ଓଡ଼ିଶାର ବିଭିନ୍ନ ଜିଲ୍ଲାରେ 5T ଉପକ୍ରମରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତଣ ହେବାର ମୁଖ୍ୟ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ। ଏହି ଅବସରରେ ଆଜି ଭଦ୍ରକ ଜିଲ୍ଲା ସାବରଙ୍ଗ ଉଚ୍ଚ ବିଦ୍ୟାଳୟ ରେ, ପ୍ରଥମ ପର୍ଯ୍ୟାୟରେ 17 ଟି ନୂତନ ରୂପାନ୍ତରିତ ବିଦ୍ୟାଳୟର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଥିବା 17 ଗୋଟି ବିଦ୍ୟାଳୟ ମଧ୍ୟରୁ ଭଦ୍ରକ ବ୍ଲକରେ 4 ଟି ବିଦ୍ୟାଳୟ, ତିହିଡି ଓ ଚାନ୍ଦବାଲି ବ୍ଲକ ଅନ୍ତର୍ଗତ 3 ଗୋଟି, ବନ୍ତ. ଭଣ୍ଡାରିପୋଖରୀ ଏବଂ ବାସୁଦେବପୁର ବ୍ଲକ 2 ଗୋଟି ଓ ଧାମନଗର ବ୍ଲକ ରେ ଗୋଟିଏ ସ୍କୁଲ ରହିଛି।