ଭଦ୍ରକ: ଦିନକୁ ଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କୁ ଦେଖି ଭଦ୍ରକ ଜିଲ୍ଲାକୁ 48 ଘଣ୍ଟିଆ ସଟଡାଉନ ଘୋଷଣା । ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ।
ଭଦ୍ରକ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା । ଅଗଷ୍ଟ 1 ତାରିଖ ସକାଳ 5 ଟାରୁ ଅଗଷ୍ଟ 3 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ।