ଓଡିଶା

odisha

ETV Bharat / state

ଧରାପଡିଲେ 4 ଜଣିଆ ଡକାୟତ ଦଳ, ମାରଣାସ୍ତ୍ର ସାମଗ୍ରୀ ଜବତ - ଭଦ୍ରକରେ ଜଣିଆ ଡକାୟତ ଦଳକୁ ଗିରଫ

4 ଜଣିଆ ଡକାୟତ ଦଳକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ କିଛି ସାମଗ୍ରୀ ଜବତ ହୋଇଛି । ଅଧିକ ପଢନ୍ତୁ

4 ଜଣିଆ ଡକାୟତ ଦଳ ଧରାପଡିବା ସହ ବିଭିନ୍ନ ମାରଣାସ୍ତ୍ର ଓ ସମାଗ୍ରୀ ଜବତ କରାଯାଇଛି
4 ଜଣିଆ ଡକାୟତ ଦଳ ଧରାପଡିବା ସହ ବିଭିନ୍ନ ମାରଣାସ୍ତ୍ର ଓ ସମାଗ୍ରୀ ଜବତ କରାଯାଇଛି

By

Published : Jun 26, 2022, 9:49 PM IST

ଭଦ୍ରକ: 4 ଜଣିଆ ଡକାୟତ ଦଳକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ କିଛି ସାମଗ୍ରୀ ଜବତ ହୋଇଛି । ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡ଼ି ଛକ ଅଞ୍ଚଳରେ 4 ଜଣିଆ ଡକାୟତ ଦଳ ପ୍ଲାନିଂ କରି ଡକାୟତି ଉଦ୍ୟମ କରୁଥିବା ନେଇ ଏକ ବିଶ୍ବସ୍ତ ସୂତ୍ରରୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାଣିବାକୁ ପାଇଥିଲା ।

4 ଜଣିଆ ଡକାୟତ ଦଳ ଧରାପଡିବା ସହ ବିଭିନ୍ନ ମାରଣାସ୍ତ୍ର ଓ ସମାଗ୍ରୀ ଜବତ କରାଯାଇଛି

ପରେ ସେମାନଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲେ । ତେବେ ଏହି ଡକାୟତଙ୍କ ନିକଟରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ କଟୁରୀ, କତା, ରଡ଼, ବିଭିନ୍ନ ଅଞ୍ଚରୁ ଚୋରି କରିଥିବା 5ଟି ମୋଟର ସାଇକେଲ, ଟିଭି, ଡିଜେ ମେସିନ, ଫୋନ, ଏଲଇଡ଼ି ଲାଇଟ, ହେଲୋଜିନ ଲାଇଟ, ତାର ଓ ଦୁଇଟି ମୋଟର ପମ୍ପକୁ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା ମିଳିଛି । ହେଲେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details