ଓଡିଶା

odisha

ETV Bharat / state

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗର 4 ଲୁଟେରା - ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ

ସ୍ଥାନୀୟ ବନ୍ତ ଓ ଭଣ୍ଡାରିପୋଖରୀ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । 4 ଲୁଟେରାଙ୍କ ସମେତ 24 ହଜାର ଟଙ୍କା ଓ ପଲସର ବାଇକ ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

bhadrak latest news, lootera gang in bhadrak, lootera gang under police trap, lootera, loot in bhadrak, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ ଲୁଟେରା ଗ୍ୟାଙ୍ଗ, ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ, ଲୁଟେରା, ଭଦ୍ରକରେ ଲୁଟ ଉଦ୍ୟମ
ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗର 4 ଲୁଟେରା

By

Published : Sep 14, 2020, 9:18 AM IST

ଭଦ୍ରକ:ସ୍ଥାନୀୟ ବନ୍ତ ଓ ଭଣ୍ଡାରିପୋଖରୀ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ରବିବାର ବନ୍ତ ଥାନା ଅନ୍ତର୍ଗତ ଆପଣ୍ଡା ଗ୍ରାମର ସୁବାସ ଚନ୍ଦ୍ର ମିଶ୍ର ନାମକ ବ୍ୟକ୍ତି ହାଟଡିହି କେସିସି ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଲୁଟ ଉଦ୍ଦେଶ୍ୟରେ ଥିବା 4 ଜଣ ଲୁଟେରା ତାଙ୍କ ହାତରୁ ଟଙ୍କା ବ୍ୟାଗ ଝାମ୍ପି ନେଇ ଦୁଇଟି ପଲସରରେ ବନ୍ତ ଦିଗକୁ ଫେରାର ହୋଇ ଯାଇଥିଲେ। କିଛି ସ୍ଥାନୀୟ ବ୍ୟକ୍ତି ସେମାନଙ୍କୁ ଧରିବା ପାଇଁ ପିଛା କରି ମଧ୍ୟ ବିଫଳ ହୋଇଥିବା ଜଣା ପଡିଛି ।

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗର 4 ଲୁଟେରା

ଏନେଇ ଖବର ପାଇ ବନ୍ତ ପୋଲିସ ସେମାନଙ୍କୁ ପିଛା କରି ବନ୍ତ ଅଞ୍ଚଳର ପଦାକଣା ଗ୍ରାମ ଭିତରୁ ଦୁଇ ଲୁଟେରାଙ୍କୁ କାବୁ କରିଥିଲା । ସେପଟେ ଅନ୍ୟ ଦୁଇ ଜଣ ଭଣ୍ଡାରିପୋଖରୀ ଅଞ୍ଚଳକୁ ପଳାଇ ଯାଇଥିବା ନେଇ ସୂଚନା ପାଇ ବନ୍ତ ପୋଲିସ ଭଣ୍ଡାରିପୋଖରୀ ଥାନାକୁ ଅବଗତ କରାଇଥିଲେ । ପରେ ଭଣ୍ଡାରିପୋଖରୀ ପୋଲିସ ଅନ୍ୟ ଦୁଇ ଜଣଙ୍କ ପିଛା କରି ସୋଲପରା ଗ୍ରାମ ନିକଟରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ଦ୍ବାରା ସନ୍ଦିଗ୍ଧ ଅବସ୍ଥାରେ ଅଟକ ଥିବା ସେହି ଦୁଇ ଜଣ ଲୁଟେରାଙ୍କୁ କାବୁ କରିଥିଲା । ପରେ ପୋଲିସ ସମ୍ପୃକ୍ତ ଲୁଟେରାଙ୍କୁ ଗାଡି ସହିତ ବନ୍ତ ଥାନାରେ ଜିମା ଦେଇଥିଲା ।

ତେବେ ବନ୍ତ ପୋଲିସ ଏହି ଚାରି ଲୁଟେରାଙ୍କ ନିକଟରୁ ଲୁଟ ହୋଇଥିବା 72500 ଟଙ୍କାରୁ 24400 ଟଙ୍କା ଉଦ୍ଧାର କରିଥିବା ସୂଚନା ମିଳିଛି । ଏଥିସହ ସେମାନଙ୍କ ଦ୍ବାରା ବ୍ୟବହୃତ ପଲସର ବାଇକ ମଧ୍ୟ ଜବତ ହୋଇଛି । ଏହି ଚାରି ଜଣ ଲୁଟେରାଙ୍କ ମଧ୍ୟରୁ ତିନି ଜଣଙ୍କ ଘର ଆସ୍କା ଅଞ୍ଚଳରେ ହୋଇଥିବା ବେଳେ ଜଣଙ୍କ ଘର କୋଦଳା ଅଞ୍ଚଳରେ ବୋଲି ଜଣାପଡିଛି । ଏହି ଲୁଟ ଘଟଣା ବ୍ୟତୀତ ଅନ୍ୟ ଅପରାଧିକ ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଜଣା ପଡିଛି।

ଏନେଇ ଅଧିକ ତଦନ୍ତ କରାଯିବା ସହ ସୋମବାର ଏମାନେଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ୍ତ ଥାନା ସୂତ୍ରରୁ ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details