ଓଡିଶା

odisha

ଶ୍ରାବଣ ତୃତୀୟ ସୋମବାର, ଆରଡି ପୀଠରେ 144 ଧାରା ଲାଗୁ

By

Published : Jul 20, 2020, 10:20 AM IST

ଶୁଭୁନାହିଁ କାଉଡିଆ ଭକ୍ତଙ୍କ ବୋଲବମ, ହରହର ବୋମ, ମଣିବାବା ପାରକରେଗା ଧ୍ବନୀ । ଖାଁ ଖାଁ ଲାଗୁଛି ରାଜ୍ୟର ସମସ୍ତ ପୀଠ । ସେପଟେ, ଯେତିକି କୌଣସି କାଉଡିଆ ଜଳଭାର ନେଇକି ନ ଆସନ୍ତି, ସେଥିପାଇଁ ଭଦ୍ରକ ପ୍ରଶାସନ 144 ଧାରା ଲାଗୁ କରିଛି । ଅଧିକ ପଢନ୍ତୁ...

ଆରଡି ଧାମରେ 144 ଧାରା ଲାଗୁ
ଆରଡି ଧାମରେ 144 ଧାରା ଲାଗୁ

ଭଦ୍ରକ: ଆଜି ଶ୍ରାବଣ ତୃତୀୟ ସୋମବାର । ରାଜ୍ୟର ସମସ୍ତ ଶୈବପୀଠରେ ଜାରି ରହିଛି ସ୍ବତନ୍ତ୍ର ନୀତିକାନ୍ତି । ହେଲେ ମହାମାରୀ କୋରୋନା ପାଇଁ ଖାଁ ଖାଁ ଭଦ୍ରକ ଆରଡି ଧାମର ଅଧିଶ୍ବର ଆଖଣ୍ଡଳମଣି । ପ୍ରତିବର୍ଷ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କାଉଡିଆଙ୍କ ଭିଡ ଜମିଥାଏ । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ପାଇଁ ରାଜ୍ୟ ସରକାର କାଉଡିଆ ଯାତ୍ରାକୁ ବନ୍ଦ ଘୋଷଣା କରିଛନ୍ତି ।

ତୃତୀୟ ଶ୍ରାବଣୀ ସୋମବାର

ସେପଟେ, ପ୍ରଶାସନ ପକ୍ଷରୁ ପୀଠରେ 144 ଧାରା ଲାଗୁ କରାଯାଇଛି । ଫଳରେ ପୀଠ ଭକ୍ତ ଶୂନ୍ୟ ହୋଇପଡିଛି । ଯେଉଁଠି କାଉଡିଆ ଭକ୍ତଙ୍କ ବୋଲବମ ହରହର ବୋମ, ମଣିବାବା ପାରକରେଗା ଧ୍ବନୀରେ ମୁଖରିତ ହୋଇଥାନ୍ତା, ସେଠି ଆଜି ଶୂନଶାନ ଲାଗୁଛି । ଏପରିକି କୌଣସି ଭକ୍ତ ଯେପରି ପୀଠକୁ ଜଳଭାର ନେଇ ନଆସିବେ ସେଥିପାଇଁ ରବିବାର ଠାରୁ ସୋମବାର ଯାଏଁ ଆରଡିପୀଠ ଓ ମନ୍ଦିର ପରିସରରେ ପ୍ରଶାସନ ପକ୍ଷରୁ ଜାରି ହୋଇଛି 144 ଧାରା।

ଏଥିସହ ପୀଠରେ ଥିବା ବୈତରଣୀ ସାଳନ୍ଦୀ ନଦୀର 3ଟି ଘାଟ ଓ ପୁଷ୍କରିଣୀରୁ ଯେପରି କୌଣସି କାଉଡିଆ ଜଳଭାର ନଉଠାଇବେ ସେଥିପାଇଁ ପୀଠରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି। ଏପରିକି ପୀଠର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ ଆଗନ୍ତୁକ ପଥଚାରୀଙ୍କୁ ଟିକିନିକି ଯାଞ୍ଚ କରାଯାଉଛି।

ଅନ୍ୟପଟେ ମନ୍ଦିରର ବିଧିବିଧାନ ଅନୁଯାୟୀ ଶ୍ରାବଣ ନୀତିକାନ୍ତି ସହ ଦୈନନ୍ଦିନ ନୀତିକାନ୍ତି ସୀମିତ ସେବାୟତ କରାଯାଇଛି । ଏହି ସମୟରେ ସମସ୍ତ ସେବାୟତ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରଖି ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details