ଭଦ୍ରକ: ଭଦ୍ରକ ଜ଼ିଲ୍ଲାରେ ପୁଣି ସାପ ଆତଙ୍କ । ଧୂଷୁରୀ ଥାନା ଗଣେଶ ନଗର ଗାଁର ସଦାନନ୍ଦ ଜେନାଙ୍କ ଘରୁ 32ଟି ନାଗ ସାପ ଛୁଆ ଓ 45 ଅଣ୍ଡା ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ସଦାନନ୍ଦଙ୍କ ଘରେ ସାପ ଥିବା ଜାଣି ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ।
ଭଦ୍ରକରେ ସର୍ପ ଭୟ: 32 ନାଗ ସାପ ଉଦ୍ଧାର, ଆତଙ୍କିତ ଗ୍ରାମବାସୀ - 32 ନାଗ ସାପ ଉଦ୍ଧାର ,ଆତଙ୍କିତ ଲୋକେ
ଭଦ୍ରକରେ ପୁଣି ସାପ ଆତଙ୍କ । ଗଣେଶ ନଗର ଗାଁରୁ 32ଟି ନାଗ ସାପ ଛୁଆ ଓ 45 ଅଣ୍ଡା ଉଦ୍ଧାର । ଅଧିକ ପଢନ୍ତୁ....
32 ନାଗ ସାପ ଉଦ୍ଧାର ,ଆତଙ୍କିତ ଲୋକେ
32 ନାଗ ସାପ ଉଦ୍ଧାର ,ଆତଙ୍କିତ ଲୋକେ
ଘଟଣାସ୍ଥଳେ ସ୍ନେକ ହେଲଫ ଲାଇନର ସଦସ୍ୟ ପହଞ୍ଚି 32ଟି ନାଗ ସାପ ଛୁଆ ଓ 45 ଅଣ୍ଡା ଉଦ୍ଧାର କରିଥିଲେ । ଘର ଭିତରେ ଏତେ ସଂଖ୍ୟକ ବିଷଧର ସାପ ବାହାରିବା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ଆତଙ୍କିତ ହୋଇଯାଇଥିଲେ । ତେବେ ଘର ମଧ୍ୟରେ ଆହୁରି ଛୁଆ ଓ ବଡ଼ ସାପ ଥିବା ସନ୍ଦେହରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ