ଓଡିଶା

odisha

ETV Bharat / state

ପୁଣି ଟ୍ରେନ ଅଘଟଣ, ୩୦ଟି ବଗି ଛାଡି ମାଲବାହୀ ଟ୍ରେନ ଛୁ - ୩୦ ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ

ଭଦ୍ରକ ଚରମ୍ପା ଷ୍ଟେସନ ନିକଟସ୍ଥ 118 ନମ୍ବର ଏଲସି ଡଗରାସାହି ନିକଟରେ ମାଲବାହୀ ଟ୍ରେନରୁ ଅଲଗା ହେଲା ବଗି । ଖଡ଼ଗପୁରରୁ ଆସୁଥିବା ମାଲବାହୀ ଟ୍ରେନର ୩୦ ବଗି ଅଲଗା ହୋଇଯାଇଥିଲା । ଅଧିକ ପଢନ୍ତୁ

୩୦ଟି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ
୩୦ଟି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ

By ETV Bharat Odisha Team

Published : Aug 23, 2023, 7:28 AM IST

୩୦ଟି ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ

ଭଦ୍ରକ:ପିଛା ଛାଡୁନି ରେଳ ଅଘଟଣ । ପୁଣି ଥରେ ଏକ ରେଳ ଅଘଟଣ ଦେଖିବାକୁ ମିଳିଛି । ଭଦ୍ରକ ଚରମ୍ପା ଷ୍ଟେସନ ନିକଟସ୍ଥ 118 ନମ୍ବର ଏଲସି ଡଗରାସାହି ନିକଟରେ । ମାଲବାହୀ ଟ୍ରେନରୁ ଅଲଗା ହେଲା ବଗି । ଅଳ୍ପକେ ବର୍ତ୍ତିଗଲା ଏକ ବଡ଼ ଦୁର୍ଘଟଣା । ଖଡ଼ଗପୁରରୁ ଆସୁଥିବା ମାଲବାହୀ ଟ୍ରେନର ୩୦ ବଗି ଅଲଗା ହୋଇଯାଇଥିଲା । ପରେ ବଗିକୁ ଯୋଡି ଛଡ଼ାଯାଇଛି ।

ସୂଚନା ଅନୁସାରେ, ମାଲବାହୀ ଟ୍ରେନଟି ଭଦ୍ରକ ଷ୍ଟେସନ ଅଭିମୁଖେ ଆସୁଥିବା ବେଳେ ଗେଟ ନିକଟରେ ମଝିରୁ ଅଲଗା ହୋଇଯାଇଥିଲା ବଗି । ମାଲବାହୀ ଟ୍ରେନରୁ ପ୍ରାୟ ୩୦ଟି ବଗି ଅଲଗା ହୋଇଯାଇଥିଲା । ପରେ ଗାର୍ଡ ଷ୍ଟେସନକୁ ଜଣାଇବା ପରେ ଇଞ୍ଜିନକୁ ଅଟକାଯାଇଥିଲା । ଇଞ୍ଜିନକୁ ପଛକୁ ଆଣି ଛାଡି ଯାଇଥିବା ବଗି ସହ ଯୋଡିବା ପରେ ଟ୍ରେନକୁ ଗନ୍ତବ୍ୟ ସ୍ଥଳକୁ ଛଡ଼ାଯାଇଛି । ତେବେ ଘଟଣାକୁ ନେଇ ରେଳ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଟ୍ରେନରେ ଝଟକା ଯୋଗୁଁ ମଝିରୁ ଛିଡି ଯାଇଥିବା କୁହାଯାଉଛି ।

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ସମ୍ବଲପୁରରୁ ଡବଲଡାଇମଣ୍ଡ କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ ବଲାଙ୍ଗୀର ଦେଇ ଯାଉଥିଲା । ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚିବା ହଠାତ୍‌ ପୂର୍ବରୁ ଖଜୁରପଡା ଫାଟକ ନିକଟରେ ଟ୍ରେନ ଇଂଜିନରୁ ଆଠଟି ୱାଗନ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା l ତେବେ ଏନେଇ ଟ୍ରେନ ପାଇଲଟ ଜାଣିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ। ଏନେଇ ସୂଚନା ପାଇବା ପରେ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିବା ସହ ଟ୍ରେନ ଇଞ୍ଜିନଟିକୁ ପଛକୁ ଫେରାଇ ଅଲଗା ରହିଥିବା ବଗି ବା ୱାଗନ ଗୁଡିକୁ ଇଞ୍ଜିନ ସହ ସଂଯୋଗ କରିଥିଲେ l ଫଳରେ ଖଜୁରପଡା ଫାଟକ ନିକଟରେ ପ୍ରାୟ ଦେଢ଼ ଘଣ୍ଟା ସମୟ ଧରି ଫାଟକ ବନ୍ଦ ରହିଥିଲା ।

ଏହା ମଧ୍ୟ ପଢନ୍ତୁ- 8ଟି ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଗଲା ଦୁର୍ଘଟଣା

ସେହିପରି ଅଗଷ୍ଟ ୨ ତାରିଖରେ ଅନୁଗୋଳ ଜିଲ୍ଲା ବଇଣ୍ଡା ନିକଟରେ ମାଲବାହୀ ଟ୍ରେନ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ମାଲ୍‌ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଥର ଖସି ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା । ଏହି ଘଟଣାରେ ରେଲୱେ କର୍ମଚାରୀ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏନେଇ ସମ୍ବଲପୁର ଓ ଅନୁଗୋଳ ମଧ୍ୟରେ ଗୋଟିଏ ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details