ଓଡିଶା

odisha

ETV Bharat / state

ଭଦ୍ରକରେ ନୂଆ 28 କୋରୋନା ପଜିଟିଭ ଚିହ୍ନଟ - ଭଦ୍ରକରେ ବଢୁଛି କରୋନା

ଜିଲ୍ଲାରେ କ୍ରମାଗତ ଭାବେ କୋରୋନା ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ ।

Bhadrak corona
ଭଦ୍ରକରେ ବଢୁଛି କରୋନା

By

Published : May 17, 2020, 3:17 PM IST

ଭଦ୍ରକ: କ୍ରମାଗତ ଭାବେ କରୋନା ପଜିଟିଭଙ୍କ ସଂଖ୍ୟା ଭଦ୍ରକ ଜିଲ୍ଲାରେ ବଢ଼ି 74 ରେ ପହଞ୍ଚିଛି। ଆଜି ନୂଆ 28 ଜଣ କରୋନା ପଜିଟିଭ ବାହାରିବା ପରେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ଭଦ୍ରକ ଜ଼ିଲ୍ଲାର ତିହିଡି, ଧାମନଗର, ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରୀପୋଖରୀ ଓ ଭଦ୍ରକ ବ୍ଲକ ରେ ହୋଇଥିବା 17 ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମସି) ସଂକ୍ରମିତ ମାନେ ଥିଲେ। ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମସି)କୁ କଣ୍ଟେନମେଣ୍ଟ ଜୋନ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ। ସେହି ସବୁ ସ୍ଥାନକୁ ଯେପରି କୌଣସି ବ୍ୟକ୍ତି ଯିବା ଆସିବା ନକରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନଜର ଦିଆଯାଇଛି।

ଭଦ୍ରକରେ ବଢୁଛି କରୋନା

ଏଥିସହ ସର୍ଭିଲାନ୍ସକୁ ଅଧିକ ଗୁରୁତ୍ବ ଦିଆଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଚିହ୍ନଟ ସଂକ୍ରମିତ ସମସ୍ତେ ପ୍ରବାସୀ। ସେମାନେ ଆସିବା କ୍ଷଣି ଭଦ୍ରକ ସଦର ମହକୁମାରୁ ସ୍ବାବ ସଂଗ୍ରହ କରି ପଠାଯାଇଥିଲା। ସେମାନଙ୍କର ଲକ୍ଷଣ ଥିବା ଜଣାପଡ଼ିଛି। ସମସ୍ତଙ୍କୁ କୋଭିଡ-19 ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ମଧ୍ୟରୁ 17 ଗୁଜରାଟ ଲିଙ୍କ, 8 ପଶ୍ଚିମବଙ୍ଗ ଲିଙ୍କ, 1 ତେଲେଙ୍ଗାନା ଲିଙ୍କ ଓ 2 ମହାରାଷ୍ଟ୍ର ଲିଙ୍କ ଥିବା ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details