ଓଡିଶା

odisha

By

Published : Aug 29, 2019, 10:53 AM IST

ETV Bharat / state

ଭଦ୍ରକରେ 24 ଘଣ୍ଟିଆ ଲୋକାଲ ବସ୍‌ ଚଳାଚଳ ବନ୍ଦ

ଲୋକାଲ ବସ୍‌ ଚଳାଚଳ ବନ୍ଦ ରହିଛି । ଭଦ୍ରକ ବସ୍‌ ସିଣ୍ଡିକେଟ ପକ୍ଷରୁ 24 ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ଜିଲ୍ଲାରେ ଲୋକାଲ ବସ୍ ଚଳାଚଳ ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଜିଲ୍ଲାରେ ଲୋକାଲ ବସ୍ ଚଳାଚଳ ବନ୍ଦ । 24 ଘଣ୍ଟିଆ ଲୋକାଲ ବସ୍ ଚଳାଚଳ ବନ୍ଦ ପାଳନ କରୁଛି ଭଦ୍ରକ ସିଣ୍ଡିକେଟ୍ ବସ୍‌ । ଆଜି ସକାଳ 6ଟାରୁ ଆରମ୍ଭ ହୋଇଥିବା ଧର୍ମଘଟ ଆସନ୍ତା ସକାଳ 6ଟା ପର୍ଯ୍ୟନ୍ତ ଚାଲିବ । ଫଳରେ ଜିଲ୍ଲାରେ ଲୋକାଲ ବସ୍ ଚଳାଚଳ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଜିଲ୍ଲାରେ 11ଟି ରୁଟ୍‌ ଦେଇ 130ଟି ଘରୋଇ ବସ୍‌ ଚଳାଚଳ କରୁଛି । ଅନ୍ୟପଟେ ସେହି ରୁଟ୍‌ ଦେଇ ଅନ୍ୟାନ୍ୟ ଛୋଟ ଛୋଟ ଯାନ ମଧ୍ୟ ଚଳାଚଳ କରୁଛି । ଏହି ଯାନ ଗୁଡିକ ବିନା କାଗଜ ପତ୍ରରେ ବେଆଇନ ଭାବେ ଯାତ୍ରୀ ପରିବହନ କରୁଛନ୍ତି । ଏପଟେ ଲୋକେ ବସ୍ ବଦଳରେ ସେହି ଯାନ ଗୁଡିକରେ ଯାତ୍ରୀ ଯାତାୟତ କରୁଥିବାରୁ ଆର୍ଥିକ କ୍ଷତି ସହୁଛନ୍ତି ଘରୋଇ ବସ୍ ମାଲିକ ସଂଘ । ଏନେଇ ବସ୍ ସିଣ୍ଡିକେଟ୍ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହେଲେ କୌଣସି ଲାଭ ନ ମିଳିବାରୁ ଶେଷରେ ବସ୍ ଧର୍ମଘଟ ଡାକରା ଦିଆଯାଇଛି ।

ଏହି ବନ୍ଦ ପାଳନ ଯୋଗୁଁ ଚାନ୍ଦବାଲି, ବାସୁଦେବପୁର, ଆଖଣ୍ଡଳମଣି, ଧାମନଗର, ମଞ୍ଜୁରି ରୋଡ, ମାଳଦା, ଯାଜପୁର ଟାଉନ, ଆଗରପଡା, ଆନନ୍ଦପୁର, କୁପାରି ଏବଂ ବାଲିଖଣ୍ଡ ଆଦି ଲୋକାଲ ରୁଟରେ ଲୋକାଲ ବସ୍‌ ଚଳାଚଳ ବନ୍ଦ ରହିଛି । ଆଉ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି ଭଦ୍ରକ, ବାସୁଦେବପୁର, ଆନନ୍ଦପୁର, କେନ୍ଦୁଝର ଏବଂ ଯାଜପୁର ଟାଉନ ବସ ସଂଘ । ତେବେ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥରେ ବସ୍‌ ଚଳାଚଳ ସ୍ଵାଭାବିକ ରହିଛି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details